କୋଲକତା ପୋଲିସ କମିଶନରଙ୍କ ଘର ଉପରେ ଚଢଉ କରିବାକୁ ଯାଇଥିଲା ସିବିଆଇ ; ହେଲେ ପ.ବ ପୋଲିସ ଅଟକାଇଦେଲା

Published By : Prameya-News7 Bureau | February 03, 2019 IST

କୋଲକାତା ୩/୨- କୋଲକାତା ପୋଲିସ କମିଶନର ରାଜିବ କୁମାରଙ୍କୁ ଦେଖାକରିପାଲେନି  ସିବିଆଇ ଟିମ୍ । କୋଲକାତା  ଲୌଡ଼ନ ଷ୍ଟ୍ରିଟରେ ଥିବା ରାଜିବ କୁମାରଙ୍କ ବାସଭବନକୁ ସିବିଆଇ ଟିମ୍ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବି ଗେଟ ସାମନରେ ଅଟକି ରହିଥିଲେ ।

ସିବିଆଇ ଟିମ୍ ରାଜୀବ କୁମାରଙ୍କୁ ଦେଖା କରିବାକୁ କୋଲକାତା ପୋଲିସକୁ ଦେଇଥିଲେ ସୂଚନା । କୋଲକାତା ପୋଲିସ ସ୍ଥାନୀୟ ପୋଲିସ ଷ୍ଟେସନର ସାହାର୍ଯ୍ୟ ନେବାକୁ କହିଥିଲା । ସିବିଆଇ ଟିମ୍ ରାଜୀବ କୁମାରଙ୍କ ବାସଭବନକୁ ପଶିବାକୁ ଚେଷ୍ଟା କରିଥିଲେ ବି ପୋଲିସ ସେମାନଙ୍କୁ ଅଟକାଇ ଦେଇଥିଲା । ଫଳରେ ସିବିଆଇ ରାଜୀବଙ୍କ ବାସଭବନକୁ ପଶିପାରି ନଥିଲା । ସେମାନଙ୍କୁ ସେକ୍ସପିଅର ସରଣୀ ଥାନାକୁ ନିଆଯାଇଥିଲା ।

ପୂର୍ବରୁ ସିବିଆଇ ରାଜୀବ କୁମାରଙ୍କୁ ସମନ ଜାରି କରିଥିଲା । କୋଲକାତାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜୀବ କୁମାରଙ୍କୁ ସମର୍ଥନ କରି ଏହି ସମନ ଜାରିର ତାରିଖକୁ ଘୁଂଚାଇଥିଲେ ।

ରାଜୀବ କୁମାର ରୋଜ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମରେ ଛନ୍ଦି ହୋଇଯାଇଥିଲେ । ଏହି ସ୍କାମ ପାଇଁ ସିବିଆଇ ସମନ ଜାରି କରିଥିଲା ।

କେନ୍ଦ୍ର ସରକାର ଆଇନର ଅପବ୍ୟବହାର କରୁଥିବା କଥା ଟ୍ଵିଇଟ ମାଧ୍ୟମରେ କହିଛନ୍ତି ମମତା ବାନାର୍ଜୀ । ଏହାଦ୍ଵାରା ପୋଲିସ ଓ  ସମସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ନଷ୍ଟ କରିଦେବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି କହିଛନ୍ତି ମମତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.