Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସିବିଆଇ ଅଧିକାରୀଙ୍କୁ ଛାଟ: ଜିନ୍ସ, ଟି-ସାର୍ଟ ଏବଂ ସ୍ପୋର୍ଟସ ସୁଜ୍ ପିନ୍ଧିବା ମନା, ଏଣିକି ଫର୍ମାଲ ଲୁକରେ ରହିବାକୁ ନିର୍ଦ୍ଦେଶ

4/06/2021 at 2:52 PM

ନୂଆଦିଲ୍ଲୀ ୦୪/୬ : ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଅଧିକାରୀଙ୍କ ପୋଷାକ ପରିଧାନ ଉପରେ ଲାଗିଲା କଟକଣା । ଏଣିକି କର୍ମଚାରୀମାନେ ପିନ୍ଧିବେ ଫର୍ମାଲ ପୋଷକ । ବଡ଼ ଧରଣର ପରିବର୍ତ୍ତନ ନେଇ ହୋଇଛି ନିର୍ଦ୍ଦେଶନାମା । ନୂତନ ଆଦେଶ ଅନୁଯାୟୀ, ଏହି ଅଧିକାରୀମାନେ ଅଫିସରେ ଡ୍ୟୁଟି କରୁଥିବା ସମୟରେ କେବଳ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ଅନୁଯାୟୀ ପୋଷାକ ପିନ୍ଧି ପାରିବେ ।

ସେମାନଙ୍କୁ ଜିନ୍ସ, ଟି-ସାର୍ଟ ଏବଂ ସ୍ପୋର୍ଟ୍ସ ଜୋତା ପିନ୍ଧିବାକୁ ମନା କରାଯାଇଛି । ସିବିଆଇର ନୂତନ ନିର୍ଦ୍ଦେଶକ ସୁବୋଧ କୁମାର ଜୈସ୍ୱାଲ ଏହି ନିର୍ଦ୍ଦେଶ ଦେଇଛନ୍ତି । ନୂଆ କରି ଯୋଗ ଦେଇଥିବା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ତ୍ତମାନ ସିବିଆଇର ପ୍ରତ୍ୟେକ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଅଫିସରେ ଉପଯୁକ୍ତ ଆନୁଷ୍ଠାନିକ ପୋଷାକ ପିନ୍ଧିବାକୁ ପଡ଼ିବ । ସେ କହିଛନ୍ତି ଯେ ଜିନ୍ସ, ଟି-ସାର୍ଟ ଏବଂ କ୍ରୀଡା ଜୋତା ପିନ୍ଧି ଅଫିସରେ କାମ କରିବ ନାହିଁ ।

ଏଥିରେ ପୁରୁଷ ଏବଂ ମହିଳା ଅଧିକାରୀଙ୍କ ପାଇଁ ମଧ୍ୟ ପୃଥକ ନିର୍ଦ୍ଦେଶ ଦିଆଯାଇଛି । ପୁରୁଷ ଅଧିକାରୀଙ୍କୁ କେବଳ ଆନୁଷ୍ଠାନିକ ସାର୍ଟ-ପ୍ୟାଣ୍ଟ ଏବଂ ଫର୍ମାଲ ଜୋତା ପିନ୍ଧିବାକୁ କୁହାଯାଇଛି । ଏଥିସହ ତାଙ୍କୁ ସେମାନେ ସଦା ସର୍ବଦା କ୍ଲିନ୍ ସେଭରେ ଅଫିସ ଆସିବାକୁ କୁହାଯାଇଛି । ଡ୍ୟୁଟିରେ ଥିବାବେଳେ ମହିଳା ଅଧିକାରୀ ଏବଂ କର୍ମଚାରୀଙ୍କୁ କେବଳ ଶାଢୀ, ସୁଟ୍ ଏବଂ ଫର୍ମାଲ୍ ସୁଟ୍ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

   Related Posts