ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ରାକେଶ ଅସ୍ଥାନାଙ୍କ ବିରୋଧରେ ତଦନ୍ତ କରିବା ପଡିଲା ମହଙ୍ଗା, ତଦନ୍ତକାରୀ ଅଧିକାରୀ ହେଲେ ଦେଶାନ୍ତର, କଳାପାଣି (!)

Published By : Prameya-News7 Bureau | October 24, 2018 IST

୨୪|୧୦: ସିବିଆଇର ଦ୍ବିତୀୟ ମୁଖ୍ୟ ତଥା ସ୍ବତନ୍ତ୍ର ନିର୍ଦ୍ଦେଶ ରାକେଶ ଅସ୍ଥାନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସିବିଆଇର ତଦନ୍ତ ଅଧିକାରୀ ଓ ତାଙ୍କ ସହଯୋଗୀଙ୍କୁ କଳାପାଣି ପଠାଇଦେଲେ ସରକାର । ଅର୍ଥାତ ତଦନ୍ତକାରୀ ଅଧିକାରୀଙ୍କ ସମେତ ଟିମ୍‌ରେ ଥିବା ସମସ୍ତ ସଦସ୍ୟଙ୍କୁ ପୋର୍ଟବ୍ଲେୟାର ବଦଳି କରାଯାଇଛି । କେବଳ ସେତିକି ନୁହଁ, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ବ୍ରିଟିସ ଅମଳରେ କାହାକୁ ଦେଶାନ୍ତର କରିବା ପାଇଁ କଳାପାଣି ପଠାଯାଉଥିଲା ଅର୍ଥାତ ପୋର୍ଟବ୍ଲେୟାରକୁ ପଠାଯାଉଥିଲା । ସେଠାରେ ଥିବା ସେଲୁଲାର ଜେଲ୍‌ ର ଅଂଧାର କୋଠରୀରେ ଥରେ ଯିଏ ପଡିଲା ତା ଜିବନ ସେଇଠି ହିଁ ସରିଯାଉଥିଲା । ସୂଚନାଯୋଗ୍ୟ ଯେ, ଡେପୁଟି ଏସପି ଏ.କେ.ବସ୍ସି ରାକେଶ ଅସ୍ଥାନଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିଲେ । ଜନସ୍ବାର୍ଥ ପାଇଁ ଏଭଳି ବଦଳି କରାଯାଇଥିବା ସରକାର କାରଣ ଦର୍ଶାଇଛନ୍ତି। ତେବେ ବସି ଓ ତାଙ୍କ ଟିମ୍‌ ର ବଦଳି ଆକ୍ରୋଶ ମୂଳକଭାବେ କରାଯାଇଥିବା ଆଲୋଚନା ହେଉଛି । ଦୁର୍ନୀତି ମାମଲାରେ ଅଭିଯୁକ୍ତ ରାକେଶ ଅସ୍ଥାନଙ୍କ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଭଲ ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁଗ୍ରହରେ ହିଁ ସେ ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ହୋଇଥିଲେ । ତେଣୁ ରାକେଶ ଅସ୍ଥାନାଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରିବା ଲାଗି ଅଂଟାଭିଡିଥିବା ବକ୍ସିଙ୍କୁ ଆକ୍ରୋଶ ମୂଳକ ଭାବେ ହିଁ ବଦଳି କରାଯାଇଥିବା ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଅଭିଯୋଗ କଲେଣି । ସିବିଆଇରେ ଯାହାସବୁ ଘଟିଲା ସେଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି । ଏପରିକି ସିବିଆଇରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗେହ୍ଲା ପୁଅ ରାକେଶ ଅସ୍ଥାନଙ୍କ ଜରିଆରେ ସରକାର ସିବିଆଇକୁ ହାତ ବାରେଶି କରିଥିଲେ ବୋଲି ଚର୍ଚ୍ଚା ହେଉଛି । ତେଣୁ ରାକେଶ ଅସ୍ଥାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅର୍ଥ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆଟକ ବୋଲି ବିବେଚନା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ରାକେଶ ଅସ୍ଥାନାଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିବାବେଳେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ବିରୋଧ କରିଥିଲେ । ସେଥିପାଇଁ ରାକେଶ ଅସ୍ଥାନ ଜଏନ କରିବା ବିଳମ୍ବ ହେଉଥିଲା । ସେତିକିବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ହସ୍ତକ୍ଷେପ କରି ରାକେଶ ଅସ୍ଥାନଙ୍କୁ ତୁରନ୍ତ ଜଏନ କରାଇବା ପାଇଁ ନିଦ୍ଦେଶ ଦେଇଥିଲେ । ସିବିଆଇରେ ଦୁର୍ନୀତି ଅଭିଯୋଗ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଉଠିବାପରେ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଛନ୍ତ । ଦୁଇ ନିର୍ଦ୍ଦେଶକଙ୍କୁ ସରକାର ଛୁଟିରେ ପଠାଇଦେଇଥିଲେ | ସୂଚନାଯୋଗ୍ୟ ଯେ, ଆଲୋକ ବର୍ମା ଏବଂ ରାକେଶ ଅସ୍ଥାନଙ୍କୁ ମଙ୍ଗଳବାର ରାତି ୨ଟା ବେଳେ ଛୁଟିରେ ଯିବା ପାଇଁ ନିର୍ଦେଶ ଦିଆଯାଇଥିଲା | ଏଥିସହ ନାଗେଶ୍ୱର ରାଓଙ୍କୁ ନିର୍ଦେଶକ ପଦ ସମ୍ଭାଳିବାକୁ ଅନ୍ତ୍ରୀଣ ନିର୍ଦ୍ଦେଶ ଦିଆଯାଇଛି। ନାଗେଶ୍ୱର ରାଓଙ୍କ ଟିମରେ ସତୀଶ ଡଗରଙ୍କୁ ପୋଲିସ ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି କରାଯାଇଛି | ସତୀଶ ଡଗର ଏହା ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କ ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.