Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

୧୦୦କୋଟିର ବଟି ମାମଲା: ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ପଚରାଉଚରା କରିବ CBI, ପଠାଇଛି ନୋଟିସ୍

12/04/2021 at 8:59 PM

ମୁମ୍ବାଇ ୧୨।୪: ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସିବଆଇ ସୋମବାର ପଚରାଉଚରା ଲାଗି ଡକାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଓ ଏନଆଇଏ ହାଜତରେ ଥିବା କ୍ରାଇମବ୍ରାଞ୍ଚ ଏପିଆଇ ସଚ୍ଚିନ ବାଜେ ଦେଶମୁଖଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ଲାଗି ଏଜେନ୍ସୀ ତାଙ୍କୁ ନୋଟିସ୍ ଜାରି କରିଛି। 

ସିବିଆଇ ପକ୍ଷରୁ ସୋମବାର ପୂର୍ବାହ୍ନରେ ଦେଶମୁଖଙ୍କୁ ଏହି ନୋଟିସ ଜାରି ହୋଇଥିବା ବେଳେ ତଦନ୍ତରେ ସାମିଲ ହେବାକୁ କୁହଯାଇଛି। ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଆଣିଥିବା ଅଭିଯୋଗକୁ ଏନଆଇଏ ହେପାଜତରେ ଥିବା କ୍ରାଇମବ୍ରାଞ୍ଚ ଏପିଆଇ ବାଝେ ପୁଷ୍ଟି କରିଛନ୍ତି। ଏଣୁ ମାମଲାର ପ୍ରାରମ୍ଭିକ ତଦନ୍ତ ଲାଗି ଦେଶମୁଖଙ୍କୁ ନୋଟିସ୍‌ ଦିଆଯାଇଥିବା ଅଧିକାରୀ କହିଛନ୍ତି।

ମୁମ୍ବାଇ ପୋଲିସ କମିସନର ପଦରୁ ବିଦା ହେବା ପରେ ପରମବୀର ସିଂହ ଗୃହମନ୍ତ୍ରୀ ବାର ଓ ରେଷ୍ଟୁରାଣ୍ଟଙ୍କଠାରୁ ୧୦୦ କୋଟି ଟଙ୍କା ଅସୁଲ କରିବାକୁ ମହାରାଷ୍ଟ୍ର ପୋଲିସକୁ ନିର୍ଦ୍ଦେଶ ଦେଇଥିବାର ଅଭିଯୋଗ କରିଥିବା ବେଳେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ। ଏନଆଇଏ ହାଜତରେ ଥିବା ଏପିଆଇ ମଧ୍ୟ ଏ ନେଇ କୋର୍ଟଙ୍କୁ ଏକ ନିବେଦନରେ ଦର୍ଶାଇଛନ୍ତି। ଏଣୁ ଉଭୟ ଅଭିଯୋଗର ସିବିଆଇ ତଦନ୍ତ କରିବେ।

ପରମବୀର ସିଂହଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ହାଇକୋର୍ଟ ମାମଲାରେ ସିବିଆଇକୁ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ସିବିଆଇ ମୁମ୍ବାଇରେ ପହଞ୍ଚିଥିବା ବେଳେ ମାମଲାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଛି।

   Related Posts