ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା ; ବିଜେପିର ୨ ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ନିକଟରେ ପହଞ୍ଚିଛି ପୋଲିସର ସମନ

Published By : Prameya-News7 Bureau | February 01, 2019 IST

ଭୁବନେଶ୍ବର ୧|୨:  ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ୨ ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ନିକଟରେ ପୋଲିସର ସମନ ପହଞ୍ଚିଛି । ଏହି ସମନ ପାଇଥିବା ବିଜେପି ନେତା ଗୋଲକ ମହାପାତ୍ର ସ୍ପଷ୍ଟ କରିଛନ୍ତି । ଓଡ଼ିଶା ପୋଲିସ ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଏହି ୨ ନେତାଙ୍କ ପାଖରେ ସମନ ପହଞ୍ଚିଛି । ଗତ ୨୯ ତାରିଖରେ ଏହି ସମନ ଜାରି କରିଥିଲା ଛତ୍ରପୁର ପୋଲିସ । ଏଥିରେ ଆସନ୍ତା ୭ ଓ ୯ ତାରିଖରେ ଉଭୟଙ୍କୁ ହାଜର ହେବାକୁ କୁହାଯାଇଥିଲା । ଏହି ନୋଟିସକୁ ନେଇ ରାଜନୀତି ଜୋର ଧରିଥିବା ବେଳେ, ବିଜେଡିର ୨ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ଜାରି କରିଥିବା ସମନ କୁଆଡ଼େ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.