ସିବିଆଇର ନୂତନ ନିର୍ଦ୍ଦେଶକ ନାଗେଶ୍ବର ରାଓ ଓଡିଶା କ୍ୟାଡେରର ଆଇପିଏସ ଅଧିକାରୀ, ଜାଣନ୍ତୁ ତାଙ୍କ ବିଷୟରେ ଅଧିକ

Published By : Prameya-News7 Bureau | October 24, 2018 IST

ଭୁବନେଶ୍ବର ୨୪/୧୦ :  ସିବିଆଇରୁ ବିଦା ହେଲେ ଆଲୋକ ବର୍ମା ଓ ରାକେଶ ଅସ୍ଥାନା | ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଦୁହିଁଙ୍କୁ ଛୁଟିରେ ପଠେଇଥିଲେ ସରକାର | ତେବେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ନିର୍ଦ୍ଦେଶକ ଆଲୋକ ବର୍ମା | ଆଲୋକ ବର୍ମାଙ୍କ ଆବେଦନର ଶୁଣାଣି ଆସନ୍ତା ଶୁକ୍ରବାର ଦିନ କରିବେ ସର୍ବୋଚ୍ଚ ନ୍ୟାୟାଳୟ | ଏବେ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି | କିଏ ଏହି ନାଗେଶ୍ୱର ରାଓ :- ନାଗେଶ୍ୱର ରାଓ ତେଲେଙ୍ଗାନାର ଓ୍ବାରଙ୍ଗଲ ଜିଲ୍ଲା ମଂଗପେଟ ଗାଁର | ସେ ୧୯୮୬ ମସିହା ଓଡିଶା କ୍ୟାଡରର ଆଇପିଏସ ଅଧିକାରୀ | ସେ ଓସମାନିଆ ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତୋକୋତ୍ତର କରିଛନ୍ତି | ଏହା ପରେ ସେ ମାଡ୍ରାସ ଆଇଆଇଟିରେ ଗବେଷଣା କରିଥିଲେ | ତାଙ୍କର ବ୍ୟକ୍ତିତ୍ୱ କଠୋର ସ୍ୱଭାବର | ତାଙ୍କୁ ବର୍ତ୍ତମାନ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି | ନିଯୁକ୍ତି ପରେ ସେ ସିବିଆଇ ଅଫିସର ୧୦ ନମ୍ବର ଓ ୧୧ ନମ୍ବର ଫ୍ଲୋରକୁ ସିଲ କରିଦେଇଛନ୍ତି | ନାଗେଶ୍ୱର ରାଓ ନିଜର କାର୍ଯ୍ୟ ଦକ୍ଷତା ଯୋଗୁ ବହୁ ମେଡାଲର ମଧ୍ୟ ଅଧିକାରୀ ହୋଇଛନ୍ତି | ବିଶିଷ୍ଟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ, ବିଶେଷ କର୍ତବ୍ୟ ମେଡାଲ ଓ ଓଡିଶା ଗଭର୍ନର ମେଡାଲରେ ସମ୍ମାନିତ କରାଯାଇଛି | ସର୍ବ ପ୍ରଥମେ ସେ ୧୯୮୯-୯୦ ମସିହାରେ ଓଡିଶାର ତାଳଚେରରେ ଏସଡ଼ିପିଓ ପଦରେ ନିଯୁକ୍ତି ପାଇଥିଲେ | ସେତେବେଳେ ତାଳଚେରରେ ଚୋରା କୋଇଲା କାରବାର ହେଉଥିଲା | ନାଗେଶ୍ୱର ରାଓ ସବୁ ଅପରାଧିକ ଗତିବିଧି ଉପରେ ନଜର ରଖି ସ୍ଥିତିକୁ ସୁଧରିଥିଲେ | ସେ ଓଡିଶା ୪ଟି ଜିଲ୍ଲା ତଥା, ମୟୁରଭଞ୍ଜ, ନବରଙ୍ଗପୁର, ବରଗଡ଼ ଓ ଜଗତସିଂହପୁରରେ ଏସପି ଦାୟିତ୍ୱରେ ଥିଲେ | ଏଥିସହ ସେ ରାଉରକେଲା ଏବଂ କଟକ ରେଳବାଇ ବିଭାଗର ଓ କ୍ରାଇମବ୍ରାଞ୍ଚର ଏସପି ମଧ୍ୟ ଥିଲେ | କ୍ରାଇମବ୍ରାଂଚରେ ଏସପି ଥିବା ବେଳେ କଟକ ମଦମୃତ୍ୟୁ ଘଟଣାର ଦଦନ୍ତ କରିଥିଲେ । ୧୯୯୧ ମସିହାରେ ତାଙ୍କର ସଫଳ ଅନୁସଂଧାନ ପାଇଁ ମୁଖ୍ୟ ଅଭିଯୁକ୍ତ ବେଲୁ ଦେଷୀ ସାବ୍ୟସ୍ତ ହୋଇଥିଲା । ସୂଚନା ଯୋଗ୍ୟଯେ, ଏହି ମଦମୃତ୍ୟୁ ଘଟଣାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସିଆରପଏଫର ଡିଆଇଜିଭାବେ ସେ ମଣିପୁରରେ କାର୍ଯ୍ୟ କରିଥିଲେ । ସେଠାରେ ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରଭୂତ ଅଭିଜ୍ଞତା ରହିଛି । ୧୯୯୬ ମସିହାରେ ଜଗତସିଂପୁର ହୋଇଥିବା ଏକ ଦୁଷ୍କର୍ମ ମାମଲାର ତଦନ୍ତ ବେଳେ ଡିଏନଏ ଓ ଫିଙ୍ଗର ପ୍ରିଣ୍ଟିଂଗ ଉପାୟ ଅବଲମ୍ବନ କରିଥିଲେ | କ୍ରାଇମବ୍ରାଞ୍ଚରେ ସେ ଜଣେ ଦକ୍ଷ ଅଧିକାରୀ |ଓଡିଶା ଅଗ୍ନିଶମ ବିଭାଗ ଡିଜି ଭାବେ ମଧ୍ୟ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ୨୦୧୩ ମସିହାରେ ଫାଇଲିନ ଓ ୨୦୧୪ରେ ହୁଡ ହୁଡ ବାତ୍ୟାବେଳେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ ହୋଇଥିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.