Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଚିଟଫଣ୍ଡ ମାମଲାରେ ବିଧାୟକ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାଏକଙ୍କୁ ସିବିଆଇ ଜାରି କଲା ନୋଟିସ, ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ

29/01/2019 at 9:31 PM

ଭୁବନେଶ୍ବର୨୯|୧: ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଦୁଇଜଣ ଯୁବ ବିଜେଡି ନେତା ତଥା ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କୁ ଚିଟଫଣ୍ଡ ମାମଲାରେ ସିବିଆଇ ନୋଟିସ ଜାରୀ କରିଥିବା ବେଳେ ଏପଟେ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ ଜାରି ହୋଇଛି । ଫେବୃଆରୀ ୭ ତାରିଖରେ ହାଜର ହେବା ପାଇଁ ଭୃଗୁବକ୍ସି ପାତ୍ରଙ୍କୁ କୁହାଯାଇଥିବାବେଳେ ଫେବୃଆରୀ ୯ ତାରିଖରେ ହାଜର ହେବା ପାଇଁ ଗୋଲକ ମହାପାତ୍ରଙ୍କୁ ନୋଟିସ ହୋଇଛି ।

ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାଏକଙ୍କୁ ସିବିଆଇ ପକ୍ଷରୁ ହାଜର ହେବା ପାଇଁ ନୋଟିସ ହୋଇଛି ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଟୁଇଟ କରାଯିବା ପରେ ଖବର ପ୍ରସାରିତ ହୋଇଥିଲା । ବିଜେଡି ନେତାଙ୍କୁ ସିବିଆଇ ନୋଟିସ ହେବା ଖବର ପ୍ରସାରିତ ହେବାର କିଛି ସମୟ ପରେ ଛତ୍ରପୁରର କର୍ପୋରେଟ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାମାମଲାରେ ଦୁଇ ବିଜେପି ନେତାଙ୍କୁ ନୋଟିସ ଜାରି କରାଯାଇଛି । ଫଳରେ ଉଭୟ ନୋଟିସକୁ ରାଜନୀତି ଦୃଷ୍ଟି କୋଣରୁ ବିଚାର କରାଯାଉଛି ।

ବିଜେଡି ନେତାଙ୍କୁ ସିବିଆଇ ନୋଟିସ ପରିପ୍ରେକ୍ଷୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସିବିଆଇର ରାଜନୀତିକରଣ କରାଯାଉଛି । ଗତ କିଛି ଦିନ ହେଲା ସିବିଆଇରେ ଯାହା ଚାଲିଛି ସେଥିରେ ସିବିଆଇର ବିଶ୍ବସନୀୟତା କମିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ମାତ୍ର କିଛିଦିନ ଥିବାବେଳେ ଏଭଳି ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଯାହା ପାଖକୁ ନୋଟିସ ଦିଆଯାଉଛି ସେ ଜାଣିବା ପୂର୍ବରୁ ପ୍ରଥମେ କିଭଳି ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ।

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରୀୟା ରଖି କହିଛନ୍ତି ଯେ, ଆଇନ ତା ବାଟରେ ଯିବ । ବିଜେପି ପାଇଁ ଯେଉଁ ଆଇନ ଚୋରଙ୍କ ପାଇଁ ମଧ୍ୟ ସେଇ ଆଇନ । ରାଜ୍ୟରେ ଚିଟଫଣ୍ଡ ଠକେଇରେ ବିଧାୟକ ସାଂସଦମାନେ ସମ୍ପୃକ୍ତ ହୋଇ ଜେଲ ଯାଇଛନ୍ତି । ସୋରଜ ସାହୁ କିଏ ବୋଲି ୧୦ଟି ସଭାରେ ପ୍ରଶ୍ନ ପଚାରିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କଠୁ କୌଣସି ଉତ୍ତର ମିଳୁନାହିଁ ।

ସୂଚନାଯୋଗ୍ୟ ଯେ, ନବୀନଙ୍କ ରିମୋଟ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଛି ବୋଲି କିଛିଦିନ ତଳେ ରାହୁଲ ଓଡିଶା ଆସିଥିବାବେଳେ ଇଂଗିତ କରିଥିଲେ । ସିବିଆଇ ଭଳି ସଂସ୍ଥା ଜରିଆରେ ହିଁ ମୋଦି ରମୋଟ ଚଳାଉଥିବା ପରୋକ୍ଷରେ ସେ ଇଂଗିତ କରିଥିଲେ ।

ଅପରପକ୍ଷରେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାମାମଲାର ଅଭିଯୁକ୍ତକୁ ବିଜେପି ନେତା ଗୋଲକ ମହାପାତ୍ର ସୁରକ୍ଷା ଦେଇଥିଲେ । ହତ୍ୟା ଘଟଣା ପରେ ଅଭିଯୁକ୍ତମାନେ ଗୋଲକଙ୍କ ସହ କଥା ବାର୍ତ୍ତା କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଗିରଫ ହେବାପରେ ଗୋଲକଙ୍କୁ ପୋଲିସ ନୋଟିସ ଜାରୀ କରିଥିଲା । ଛତ୍ରପୁର ଥାନାରେ ହାଜର ହେବା ପାଇଁ ଗୋଲକ ମହାପାତ୍ର ଦଳର କର୍ମୀ ଓ ନେତାଙ୍କ ସହ ବିରାଟ ପଟୁଆରରେ ଛତ୍ରପୁର ଥାନାରେ ପହଞ୍ଚିଥିଲେ । ତେବେ ଦୀର୍ଘ ଦିନ ହେଲା ଏହି ମାମଲା ନୀରବ ରହିଥିବାବେଳେ ଏବେ ପୁଣି ଗୋଲକ ମହାପାତ୍ରଙ୍କ ସମେତ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ହୋଇଛି । ସୂଚନାଯୋଗ୍ୟ ଯେ, ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତମ ବୋଲି କୁହାଯାଇଥାଏ

   Related Posts