Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମମତାଙ୍କ ନିକଟତମ ରାଜୀବ କୁମାରଙ୍କୁ ଲୁକଆଉଟ ନୋଟିସ ଜାରି କଲା ସିବିଆଇ

26/05/2019 at 12:28 PM

କୋଲକାତା ୨୬/୫ : ଲୋକସଭା ନିର୍ବାଚନ ଶେଷ ହେବା ପରେ କୋଲକାତାର ପୁର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡୁଆ ବଢିଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ରାଜୀବ କୁମାରଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛନ୍ତି । ଯଦି ରାଜୀବ କୁମାର ବିଦେଶ ଯିବା ପାଇଁ ଚେଷ୍ଟା କରନ୍ତି ତାହେଲେ ପ୍ରଥମେ ବିମାନବନ୍ଦର ଅଧିକାରୀ ସିବିଆଇକୁ ସୂଚନା ଦେବେ । ରାଜୀବ କୁମାରଙ୍କୁ ଏହି ନୋଟିସ ୨୩ ତାରିଖରେ ଜାରି କରାଯାଇଛି । ଏହି ନୋଟିସ ବର୍ଷେ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ।

ରାଜୀବ କୁମାରଙ୍କ ଉପରେ ଶାରଦା ଚିଟଫଣ୍ଡ ଏବଂ ରୋଜଭେଲୀ ଚିଟଫଣ୍ଡ ଦୁର୍ନୀତି ତଦନ୍ତବେଳେ ପ୍ରମାଣ ଏପଟସେପଟ କରିବା ଅଭିଯୋଗ ହୋଇଥିଲା । ଏହି ମାମଲା ପଚରାଉଚୁରା କରିବା ପାଇଁ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିବାକୁ ଚାହୁଁଛିଲା । ମେ ୨୪ ତାରିଖ ପର୍ଯ୍ୟନ୍ତ ରାଜୀବ କୁମାରଙ୍କୁ ଗିରଫ ନକରିବା ପାଇଁ ନୋଟିସ ହୋଇଥିଲା । ଅବଧି ବଢାଇବା ପାଇଁ ରାଜୀବ କୁମାର ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ କୋଲକାତା ହାଇକାର୍ଟ ଯିବା ପାଇଁ ଆଦେଶ ଦେଇଥିଲେ ।

ଗିରଫ ଅବଧି ସମାପ୍ତ ହେବାପରେ ରାଜୀବ କୁମାରଙ୍କୁ ସିବିଆଇ ଯେକୌଣସି ମୁହୁର୍ତ୍ତରେ ଗିରଫ କରିପାରେ । ଉତ୍ତର ପ୍ରଦେଶର ସମ୍ଭଲରେ ତାଙ୍କ ପୈତୃକ ବାସଭବନରେ ପୋଲିସ ନିୟୋଯିତ କରାଯାଇଛି ।  

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ସମସ୍ତ ଓକିଲ ଧାରଣା ଦେଇଛନ୍ତି । ଏଭଳି ପରିସ୍ଥିତିରେ ରାଜୀବ କୁମାରଙ୍କ ଅଡିଆ ଆହୁରି ବଢିଯାଇଛି । ରାଜୀବ କୁମାର ଚାହିଁଲେ ମଧ୍ୟ କୋଲକାତା ହାଇକାର୍ଟ ଯାଇପାରୁ ନାହାନ୍ତି ।

   Related Posts