Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ସାର୍‌ଙ୍କୁ ଖୋଜୁଛି ସିବିଆଇ… ୬ ରାଜ୍ୟର ପୋଲିସ ପାଇଁ ଟେନସନ୍ ରୋମିଓ ମାଷ୍ଟ୍ରେ ଲୁଚିଛନ୍ତି କି ଓଡ଼ିଶାରେ ?

16/12/2019 at 6:37 PM

ଭୁବନେଶ୍ୱର ତା ୧୬.୧୨:  ରୋମିଓ ସାର୍ , ତାଙ୍କ ଶିକାର ସ୍କୁଲ ଛାତ୍ରୀ । ଏବେ ସେହି ସାରଙ୍କ ପଛରେ ସିବିଆଇ । ଆଲୋଡକ ଖବରଟି ହେଲା , ଜଣେ ଶିକ୍ଷକଙ୍କୁ ଖୋଜି ଖୋଜି ନୟାନ୍ତ ୬ ରାଜ୍ୟର ପୋଲିସ । ତଥାପି ତାଙ୍କ ଟେର୍ ମିଳୁନି । ଏବେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା , ସିବିଆଇ ନେଇଛି ଦାୟୀତ୍ୱ । କିଏ ସେ ସାର୍ , କ’ଣ କରିଛନ୍ତି ସେ ? କାହିଁକି ତାଙ୍କ ପଛରେ ପୋଲିସ ଆଉ ସିବିଆଇ ?  ଏହି ୱାଣ୍ଟେଡ ଟିଚର ଜଣକ ହେଉଛନ୍ତି ଧବଳ ତ୍ରିବେଦୀ ।  ନାମ ଧବଳ, କାମନା ପ୍ରବଳ ।  ଧବଳ ସାରେ ଇଂରାଜୀ ପଢ଼ାଇ ସ୍କୁଲ ଛାତ୍ରୀଙ୍କୁ ଫସାଇ ମାରନ୍ତି ଛୁ। ରାଜ୍ୟ ପରେ ରାଜ୍ୟ ଡେଇଁ ସେ ରଚିଚାଲିଛନ୍ତି କାରନାମା। ୫ ରାଜ୍ୟରେ ଏଭଳି କାଣ୍ତ ଭିଆଇଥିଲେ ଧବଳ ସାର। ତା’ ପରେ ଗୁଜୁରାଟର ଗୋଟେ ଝିଅକୁ ଧରି ଚମ୍ପଟ ମାରିବା ପରେ ସିବିଆଇ ଧବଳ ସାରଙ୍କୁ ଖୋଜୁଛି। କାଳେ ସାରେ ଓଡିଶାରେ ଥିବେ ତାଙ୍କୁ ଠାବ କରିବାକୁ ଗଣ ଶିକ୍ଷା ବିଭାଗଙ୍କୁ ଚିଠି ଲେଖିଛି ସିବିଆଇ । 

ଇଂରାଜୀ ଶିକ୍ଷକ ଧବଳ ତ୍ରିବେଦୀ  ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି। ପାଠବଢ଼ା ବାହାନାରେ ସେ ଆଜି ସୁଦ୍ଧା ୬ଟି ରାଜ୍ୟରେ ସ୍କୁଲ ଝିଅଙ୍କୁ ଧରି ଫୋରାର ହୋଇଥିବା ଅଭିଯୋଗ ହୋଇଛି। ସେହି ଧବଳ ତ୍ରିବେଦୀଙ୍କୁ ଖୋଜୁଛି ସିବିଆଇ। ସିବିଆଇ ଏନେଇ ଓଡିଶା ସରକାରଙ୍କୁ ସତର୍କ କରାଇଦେଇଛି। ଯଦି ଧବଳ ରାଜ୍ୟର କୌଣସି ସ୍କୁଲରେ ଛଦ୍ମ ବେଶରେ ଶିକ୍ଷକ ହୋଇ ପାଠ ପଢ଼ାଉଥିବା ତାଙ୍କୁ ଠାବ କରିବାକୁ ସିବିଆଇ ଚିଠି ଲେଖିଛି। ଗୁଜୁରାଟର ନିଧି ଖକ୍କର ନାମକ ଜଣେ ଛାତ୍ରୀଙ୍କୁ ଧରି ଫେରାର ହୋଇଯିବା ପରେ ତାଙ୍କ ବାପା ମୁକେଶ ଖକ୍କର ଗୁଜୁରାଟ ହାଇକୋର୍ଟରେ ଅପିଲ କରିବାଥିଲେ । ସେହି  ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ  ପରେ ସବିଆଇ ଖୋଳତାଡ ଆରମ୍ଭ କରିଛି।  ଏନଇେ ସାରା ଦେଶର ଗଣ ଶିକ୍ଷା ବିଭାଗକୁ ସର୍ତକ କରାଇଛି ସିବିଆଇ।ଓଡ଼ିଶାକୁ ମଧ୍ୟ ସିବିଆଇର ସତର୍କ ନୋଟିସ ଆସିଥିବା କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ।

ଧବଳ ତ୍ରିବେଦୀର କାରନାମା ତାଜୁବ କରିଦେଲା ଭଳି। ଭଲ ଇଂଲିଶ କହିପାରୁଥିବା ଧବଳ ସହର ତଳି ଅଞ୍ଚଳର ସ୍କୁଲ ମାନଙ୍କୁ ଟାର୍ଗେଟ କରେ। ସେଠି କିଛି ଦିନ ଇଂରାଜୀ ଶିକ୍ଷକ ହୋଇ ରହିବା ପରେସେ ଝିଅ ମାନଙ୍କ ଉପରେ ପ୍ରେମ ଫାଶ ପକାଏ। ତପରେ ହଠାତ୍ ଝିଅଙ୍କୁ ଧରି ରାଜ୍ୟ ଛାଡି ଫେରାର ହୋଇଯାଏ।

ଅରୁଣାଚଳ ପ୍ରଦେଶ , ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାନା, ଗୁଜୁରାଟ ଭଳି ରାଜ୍ୟରେ ଧବଳ ଏଭଳି କାଣ୍ଡ ଭିଆଇ  ଛୁ ମାରିଛି। ବିଭିନ୍ନ ରାଜ୍ୟରେ ଧବଳ ନିଜ ନାମ ବଦଳାଇ ଶିକ୍ଷକତା କରି , ତାର ଟାର୍ଗେଟ ପୂରଣ ହେବା ପରେ ସେ ଫେରାର ହୁଏ । ଏପରି କି ଏଥିପାଇଁ ସେ ପୂର୍ବରୁ ଗିରଫ ହୋଇଛି ଜେଲ ଯାଇଛି। କିନ୍ତୁ ପାରୋଲରେ ଆସି ଏହି ୫୦ ବର୍ଷୀୟ ଶିକ୍ଷକ ଗୁଜୁରାଟର ଛାତ୍ରୀଙ୍କୁ ଧରି ଫେରାର ହୋଇଛି। ବଡ ଭୟଙ୍କର ଏହି କାମୁକ ସାର୍‌ । ଅଥଚ ପୋଲିସ କିମ୍ବା ସିବିଆଇ ଆଜି ପର୍ଯ୍ୟନ୍ତ ଧବଳର ଟେର ପାଉନାହାନ୍ତି। ସେ  ଓଡ଼ିଶାରେ ଲୁଚିନି ତ ?  ତେବେ ଓଡିଶା ସରକାର ସିବିଆଇର ଚିଠି ପାଇବା ପରେ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିବା ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।

   Related Posts