ଗ୍ୟାଙ୍ଗଷ୍ଟର ଟିଟୋକୁ କିଭଳି ମିଳିଲା ପେଟ୍ରୋଲ ପମ୍ପ ; ସିବିଆଇ ତଦନ୍ତ ଲାଗି IOCL କୁ ଅନୁରୋଧ

Published By : Prameya-News7 Bureau | July 19, 2018 IST

ଗ୍ୟାଙ୍ଗଷ୍ଟର ଟିଟୋକୁ କିଭଳି ପେଟ୍ରୋଲ ପମ୍ପ ଆବଣ୍ଟନ କରାଗଲା ତାର ସିବିଆଇ ତଦନ୍ତ କରିବା ଲାଗି ଅନୁରୋଧ କରିଛି ଆଇଓସିଏଲ | ପେଟ୍ରୋଲିୟମ ମନ୍ତ୍ରାଳୟର ପରାମର୍ଶ କ୍ରମେ ସିବିଆଇ ତଦନ୍ତ ଲାଗି କମ୍ପାନୀ ସୁପାରିଶ କରିଛି | ଟିଟୋକୁ ପାରାଦୀପ ଓ କେନ୍ଦ୍ରାପଡା ସହରରେ ୨ଟି ପେଟ୍ରୋଲ ପମ୍ପ ଆଲର୍ଟ କରାଯାଇଛି | ଇଣ୍ଡିଆନ ଅଏଲ ପକ୍ଷରୁ ଏହି ୨ଟି ପେଟ୍ରୋଲ ପମ୍ପ ଆବଣ୍ଟନ କରାଯାଇଛି | ଅପରାଧ ପୃଷ୍ଠା ଭୂମି ଥିବା ଜଣେ ବ୍ୟକ୍ତି କେମିତି ପେଟ୍ରୋଲ ପମ୍ପ ଆଲର୍ଟ କରାଗଲା ମନ୍ତ୍ରାଳୟ ପକ୍ଷରୁ କମ୍ପାନୀକୁ ନୋଟିସ ଜାରି କରାଯାଇଥିଲା | କମ୍ପାନୀ ଜାଣିବାକୁ ପାଇଛି ଯେ, ୨ଟି ଯାକ ପେଟ୍ରୋଲ ପମ୍ପର ଗାଇଡ଼ ଲାଇନ ଉଲଂଘନ କରାଯାଇଛି | ଯାହାକୁ ଦୃଷ୍ଟି ରଖି ଏହାର ସିବିଆଇ ତଦନ୍ତ କରିବା ଲାଗି ପେଟ୍ରୋଲିୟମ ମନ୍ତ୍ରାଳୟ ଆଇଓସିଏଲକୁ ପରାମର୍ଶ ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.