Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତ୍ତି ‌: ସିବିଆଇ କରିବ ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ

19/08/2020 at 10:48 AM

ମୁମ୍ବାଇ ୧୯/୮: ସୁଶାନ୍ତ ସିଂହ ରାଜପୁତ ମାମଲାର  ଯାଞ୍ଚକୁ ନେଇ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ମାମଲା ଯାଞ୍ଚର ଜିମା ସିବିଆଇକୁ ଦେଇଛନ୍ତି। ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ଦୀର୍ଘ ଦିନରୁ ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକ ସିବିଆଇ ତଦନ୍ତ ଦାବି କରି ଆସୁଥିଲେ।

ED ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତକୁ ନେଇ ମୁମ୍ବାଇରେ ସର୍ଚ୍ଚ ଅପରେସନ କରୁଛି। କିନ୍ତୁ ଏବେ ଏହାର ସତ ସାମନାକୁ ଆସିଛି,ଯାହା ଅନୁସାରେ ଇଡି ଦିଲ୍ଲୀ ସହ ଜଡ଼ିତ ଏକ ମାମଲା ପାଇଁ ମୁମ୍ବାଇର କେତେକ ସ୍ଥାନରେ ସର୍ଚ୍ଚ ଅପରେସନ କରିଛି। ଏହାର ସୁଶାନ୍ତ ସିଂହ ରାଜପୁତଙ୍କ ମନି ଲଣ୍ଡ୍ରିଂ ମାମଲାର କୌଣସି ନେଣଦେଣ ନାହିଁ।

   Related Posts