ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି: ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର

Published By : Prameya-News7 Bureau | July 23, 2020 IST

ବୌଦ୍ଧ୨୩/୭: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏହି ଘଟଣାର ତଦନ୍ତ ଜିଆରପି କରୁଛି । ହେଲେ ରାଜ୍ୟର ବିଭିନ୍ନ ସଂଗଠନ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି । ବୌଦ୍ଧ  ଜିଲ୍ଲାରେ ମଧ୍ୟ ଭାରତୀୟ ଜନତା ପାର୍ଟି ଏବଂ ନିଜ ଗ୍ରାମ ତାଳସରଡା ଗ୍ରାମବାସୀ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଥିବା ବେଳେ ଗୁରୁବାର ବୌଦ୍ଧ ଜିଲ୍ଲା ସଚେତନ ସାମାଜିକ କର୍ମୀ ଓ ସାଧାରଣ ନାଗରିକଙ୍କ ପକ୍ଷରୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପଠାଇଛନ୍ତି।

ଦାବିପତ୍ରରେ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କର ଜୁଲାଇ ୬ ତାରିଖ ରାତିରେ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା। ବୈାଦ୍ଧ ଜିଲ୍ଲା ବାସୀଙ୍କୁ ଘୋର ମର୍ମାହତ ଓ ଦୁଃଖରେ ପକାଇ ଦେଇଛି । ଦୀର୍ଘ ୧୮ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁର ରହସ୍ୟ ଏଯାବତ୍ ଜଣାପଡୁନାହିଁ କି ଦୋଷୀମାନେ ଧରାପଡୁ ନାହାନ୍ତି । ରେଳବାଇ ପୋଲିସ କାର୍ଯ୍ୟ ମନ୍ଥର ଓ ନିରପେକ୍ଷ ନ ଥିବାର ଅନୁମାନ କରାଯାଉଛି ।

ଏଥିରେ ବଡ ବଡିଆ ଲୋକଙ୍କ ହାତ ଥିବାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଅଛି । ଏଣୁ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ନିରପେକ୍ଷ ତଦନ୍ତ ନିମନ୍ତେ ସିବିଆଇକୁ କେଶ ହସ୍ତାନ୍ତର ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରିଛନ୍ତି । ଏଥିରେ କେଦାର ନାଥ ସାହୁ, କୃତିବାସ ପଲିଆ, ବିକାଶ ମହାକୁଡ, ଇନ୍ଦ୍ରମଣୀ ମେହେର, ଲୋକନାଥ ଶତପଥି, ସୁମନ୍ତ ମେହେର, ସନ୍ତୋଷ ମେହେର,ବସନ୍ତ ସାହୁ, ପ୍ରଶାନ୍ତ ଭାଇନା, ସୁବ୍ରତ ପୁରୋହିତ ପ୍ରମୁଖ ଉପସ୍ଥିତଥିଲେ । ପ୍ରାରମ୍ଭରେ ବ୍ରିଜଛକ ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.