ଆନନ୍ଦପୁର ବ୍ଲକ ଚେୟାରମ୍ୟାନ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀକଲା ବିଜେପି

Published By : Prameya-News7 Bureau | March 28, 2019 IST

ଭୁବନେଶ୍ଵର ୨୮/୩- ଘଷିପୁରା ପୂର୍ବତନ ବ୍ଲକ ଚେୟାରମେନ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ କରି  ପୋଲିସ ମହା ନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ।

ରାମଚନ୍ଦ୍ର ବେହରାଙ୍କୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ପୃଷ୍ଟିଙ୍କ ସ୍ବାମୀ ରଣଜିତ ପୃଷ୍ଟି,ବିଜୁ ଯୁବ ବାହିନୀର ମୁଖ୍ୟ ସଂଜୀବ ପୃଷ୍ଟି ଓ ତାଙ୍କର ସହଯୋଗୀ ହତ୍ୟା କରିଥିବାବେଳେ ଏହି ହତ୍ୟାକାଣ୍ଡକୁ ବଦ୍ରି ନାୟାୟଣ ପାତ୍ର ଓ ତାଙ୍କ ପୁଅଙ୍କ ନିର୍ଦ୍ଦେଶକ୍ରମେ କରାଯାଇଛି ବୋଲି ବିଜେପି ପକ୍ଷରୁ ପୋଲିସ ମାହାନିଦ୍ଦେଶକଙ୍କ ପାଖରେ ସିବିଆଇ ତଦନ୍ତ ଦାବୀ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ଲେଖାଶ୍ରୀ ସାମନ୍ତସିଂହାର,ଠାକୁର ରଂଜିତ ଦାସ,ଜୟନ୍ତ ଜେନା ପୃଥିରାଜ କୁଅଁର ପ୍ରମୁଖ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.