Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଗୋଲଡେନ୍ ବାବାର ଗୁପ୍ତ ଗୁମ୍ଫାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ : ୫ଦିନିଆ ରିମାଣ୍ଡ ପାଇଁ ହେଲା ଆବେଦନ

10/01/2019 at 6:19 PM

ଭୁବନେଶ୍ବର ୧୦|୧: ଗୋଲଡେନ୍‌ ବାବାର ଗମ୍ଭୀରାରେ ପଶିଛି କ୍ରାଇମବ୍ରାଂଚ । ଖୋଲିବ ସିକ୍ରେଟ୍‌ ଚାମ୍ବରର ଗୁମର ।ନୂଆବର୍ଷ ଶୁଭେଚ୍ଛା ଆଳରେ ରାଜନୀତିର ମଇଦାନକୁ ଡେଇଁବା ପୂର୍ବରୁ କମିଶନରେଟ୍‌ ପୋଲିସ ପଂଝାରେ ଫଶିଯାଇଥିବା ଗୋଲଡେନ୍‌ବାବା ଓରଫ୍‌ ଜ୍ୟୋତି ରଂଜନ ବେଉରାକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଂଚ । ଗୋଲଡେନ୍‌ ଜ୍ୟୋତିର ଦୁଇଟି ଠକେଇ ମାମଲାର ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମବ୍ରାଂଚ ଇଓଡବ୍ଲୁ  ହାତରେ ଲାଗିଛି ବାବାର ସିକ୍ରେଟ୍‌ ଚାମ୍ବର । କ’ଣ ରହିଛି ପୂରା ଘଟଣା ଚାଲନ୍ତୁ ଦେଖିବା ।

ଖୋଲୁଛି ଗୋଲଡେନ୍‌ ବାବାର ଗୁମର । କ୍ରାଇମବ୍ରାଂଚ ହାତରେ ଲାଗିଛି ଅନେକ ତଥ୍ୟ । ଠାବ ହୋଇଛି ଜ୍ୟୋତି ରଂଜନ ବେଉରା ଘର ଭିତରେ ଥିବା ସିକ୍ରେଟ୍‌ ଚାମ୍ବର ।  ଘର ବାହାରେ ଲାଗିଥିବା ବାୟୋମେଟ୍ରିକ୍‌ ମେସିନ୍‌ର ହାର୍ଡଡିସ୍କକୁ ମଧ୍ୟ ଜବତ କରିଛି କ୍ରାଇମବ୍ରାଂଚ । ଅଧିକ ପଚରା ଉଚରା ପାଇଁ ଗୋଲଡେନ୍‌ ଜ୍ୟୋତିକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ତେବେ ବାବାର ଏହି ସକ୍ରେଟ୍‌ ରୁମ୍‌ ଭିତରେ କ’ଣ ସବୁ ରହିଛି ତାର ଗୁମର ଖୋଲିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ଟିମ୍‌ । ଏଥି ସହ ବାବାର ଘରକୁ କେଉଁମାନେ ସବୁ ନିୟମିତ ଭାବେ ଯିବା ଆସିବା କରୁଥିଲେ ତା’ର ମଧ୍ୟ ରେକର୍ଡ଼ ଯାଂଚ କରୁଛି । ଏଥି ସହ ବାବାର କଳା କାରବାରର ଫାଇଲ ମେଣ୍ଟେନ୍‌ କରୁଥିବା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଖୋଜୁଛି ପୋଲିସ ।

ସେପଟେ ଗୋଲଡେନ ବାବା ଓରଫ ଜ୍ୟୋତି ରଂଜନ ବେଉରାକୁ ଗିରଫ କରିଥିବା ଚନ୍ଦ୍ରଶେଖରପୁର ଥାନା ପୋଲିସର ଆକ୍ସନ ଉପରେ ଉଠିଛି ପ୍ରଶ୍ନ । ସଂପୃକ୍ତ ଥାନା ଅଧିକାରୀ ଜ୍ୟୋତିରଂଜନର ଘର କବାଟ ତାଡ଼ି ଖାନତଲାସି କରିଥିଲେ ମଧ୍ୟ ସେ ଘରକୁ କାହିଁକି ସିଲ୍‌ କରିନଥିଲେ ତାକୁ ନେଇ ସୃଷ୍ଟି ହୋଇଛି ସଂଦେହ । ଜ୍ୟୋତି ରଂଜନର ରହୁଥିବା ଘର, ମୁମ୍ବାଇରେ ରହୁଥିବା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ବୋଲି ଜଣାପଡ଼ିଛି । ତେବେ ବାବାର ନିଳାଦ୍ରୀବିହାର ଫେଜ୍‌ -୫ରେ ଥିବା ୪୬୬ ନମ୍ବର ଘର ଜବରଦଖଲରେ ଥିବା ଅଭିଯୋଗ ହୋଇଛି । ଯାହାର ତଦନ୍ତ କରୁଛି କ୍ରାଇମବ୍ରାଂଚ ଟିମ୍‌ ।

   Related Posts