ପ୍ରଧାନମନ୍ତ୍ରୀଙ୍କ ବାୟୋପିକ 'ପିଏମ ନରେନ୍ଦ୍ର ମୋଦି' ନିର୍ମାତା ସନ୍ଦୀପ ସିଂହଙ୍କ ବିରୋଧରେ ଡ୍ରଗ୍ସ ମାମଲାର ହେବ ଯାଞ୍ଚ

Published By : Prameya-News7 Bureau | August 30, 2020 IST

ମୁମ୍ବାଇ ୩୦/୦୮ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁଯ ଖବର ଶୁଣିବା ପରେ ସନ୍ଦୀପ ସିଂହ ପ୍ରଥମେ ତାଙ୍କ ତାଙ୍କ ଘରେ ପହଞ୍ଚିଥିଲେ ବୋଲି ଦାବି କରିଥିଲେ | ବର୍ତ୍ତମାନ ସିବିଆଇ ଡ୍ରଗ୍ସ ମାମଲାରେ ସନ୍ଦୀପ ସିଂହଙ୍କୁ ପଚରାଉଚୁରା କରୁଛି | ଏହାକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବିଜେପିକୁ ଟାର୍ଗେଟ କରିଛି | ସେ କହିଛନ୍ତି, ଫିଲ ନିର୍ମାତା ସନ୍ଦୀପ ସିଂହଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଯାଞ୍ଚ କରିବେ ଯିଏ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ପାଇଁ ଜଣାଶୁଣା |

ଗୃହମନ୍ତ୍ରୀ କହିଛନ୍ତି, ସିବିଆଇ ସନ୍ଦୀପ ସିଂହଙ୍କୁ ପଚରାଉଚୁରା କରିବ, ଯିଏ ମୋଦିଙ୍କ ବାୟୋପିକ କରିଥିଲେ | ବିଜେପି ଓ ଡ୍ରଗ୍ସ ସହ ତାଙ୍କର କଣ ସମ୍ବନ୍ଧ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି | ଏ ସମ୍ବନ୍ଧରେ ତାଙ୍କ ପାଖକୁ ଅଭିଯୋଗ ହୋଇଛି ବୋଲି ମଧ୍ୟ ସେ କହିଛନ୍ତି | ଏହା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ଶୁକ୍ରବାର ଦିନ ଦାବି କରିଥିଲା ଯେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ବିଜେପି ଏଙ୍ଗଲରୁ ମଧ୍ୟ ଯାଞ୍ଚ ହେବା ଦରକାର | ମହାରାଷ୍ଟ୍ର କଂଗ୍ରେସ ପ୍ରବକ୍ତା ସଚିନ ସାୱନ୍ତ କହିଛନ୍ତି ଯେ, ସିବିଆଇ ଡ୍ରଗ୍ସ ଡ଼ିଲିଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ନିର୍ମାତାଙ୍କ ଯାଞ୍ଚ କରିବ | .

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.