ହାଥରସ୍ ଘଟଣା : ୧୪ ଡିସେମ୍ବରରେ କଣ ଘଟିଥିଲା ? ଟିକନିକ୍ ପ୍ରମାଣ ଯୋଗାଡ କଲା ସିବିଆଇ

Published By : Prameya-News7 Bureau | December 21, 2020 IST

ଲକ୍ଷ୍ନୌ ୨୧/୧୨ : ସାରା ଦେଶରେ ହାଥରସ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ ଜୋରଦାର ହୋଇଥିଲା । ଏହା ପ​‌ରେ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ ଉତ୍ତର ପ୍ରଦେଶ ସରକାର । ହାଥରସ୍‌ର ଚନ୍ଦପା ବୁଲଗଡୀରେ ଘଟିଥିବା ଏହି କାଣ୍ଡର ଟିକନିକ୍ ପ୍ରମାଣ ଯୋଗାଡ କରିଛି ସିବିଆଇ । ଏହାର ଚାର୍ଚ୍ଚା ସିଟ୍ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

୧୪ ଡିସେମ୍ବର ସକାଳ ସାଢେ ୯ଟାରେ ଚାଷ ଜମିରେ କଣ ହୋଇଥିଲା, ଏହାର ତଦନ୍ତ କରିବା ପାଇଁ ସିବିଆଇକୁ ଲଗାଯାଇଥିଲା । ଦୀର୍ଘ ୬୯ ଦିନର ତଦନ୍ତ ପରେ ସାକ୍ଷ୍ୟ ପ୍ରମାଣ ଯୋଗାଡ କରିବାରେ ଲାଗିପଡିଥିଲା ସିବିଆଇ । ଘଟଣାର ବିଭିନ୍ନ ଦିଗକୁ ତଦନ୍ତ କରିବା ସହିତ ସନ୍ଦେହରେ ଅନେକ ବ୍ୟକ୍ତିଙ୍କୁ ପଚରାଉଚରା ମଧ୍ୟ କରିଥିଲା । ଦୋଷୀଙ୍କୁ ଉଚିତ ଦଣ୍ଡ ମିଳିବା ପାଇଁ ପୀଡିତାଙ୍କ ବଡ ଭାଇଙ୍କର ୫ ବର୍ଷର ଝିଅକୁ ମଧ୍ୟ ପଚରାଉଚରା କରିଥିଲା ସିବିଆଇ ।

ପୀଡିତାଙ୍କ ପିତା ଏବଂ ଭାଇ ସୋମବାର କହିଛନ୍ତି ଯେ ଘରେ ଯାହା ଘଟିଥିଲା ତାହା ତଦନ୍ତକାରୀ ଅଧିକାରୀଙ୍କୁ କୁଯାହାଇଛି । ବର୍ତ୍ତମାନ ମଧ୍ୟ ପୀଡିତାଙ୍କ ପରିବାରଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କ ଘରେ ଏସଓଜି ଯବାନମାନଙ୍କୁ ମୁତୟନ କରାଯାଇଛି । ସିବିଆଇ ଘଟଣାର ବିଭିନ୍ନ ଦିଗକୁ ତଦନ୍ତ କରିବା ସହିତ ତଦନ୍ତକୁ ଆଗକୁ ବଢାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.