ଚିଦାମ୍ବରମଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ୍, ମିଳିଲେନି ଚିଦାମ୍ବରମ

Published By : Prameya-News7 Bureau | August 20, 2019 IST

ନୂଆଦିଲ୍ଲୀ .- ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି ଚାଦା୍ବରଙ୍କୁ  ଅଗ୍ରୀମ ଜାମିନ ଦେବା ପାଇଁ ମନାକରିଦେଇଥଲେ  । ଏହା ଏକ ନିଆରା ମାମଲା । ଏହି ମାମଲାରେ ଜାମିନ ପ୍ରଦାନ କଲେ ସମାଜକୁ ଖରାପ ସନ୍ଦେଶ ଯିବ ବୋଲି ଅଦାଲତ କହିଥିଲେ । ଚିଦାମ୍ବରମଙ୍କ ଓକିଲ ଅପିଲ୍‌ ପାଇଁ ତିନିଦିନ ସମୟ ମାଗିଥିଲେ । ଏହାକୁ ଅଦାଲତ ଗ୍ରହଣ କରିଛନ୍ତି । ଏହାପରେ ସନ୍ଧ୍ୟା ସମୟରେ ସିବିଆଇର ଟିମ୍‌ ଚିଦାମ୍ବରଙ୍କ ବାସଭବନରେ ପହଞ୍ଚିଥିଲେ । ହେଲେ ଚିଦାମ୍ବରମ ସେଠାରେ ଉପସ୍ଥିତ ନଥିଲେ । ତାଙ୍କୁ ଗିରଫ କରାଯାଇ ପାରେ ବୋଲି ଅନୁମାନ କରାଯାଉଛି ।

ଦିନବେଳେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କର ଦୁଇଟି ଅଗ୍ରୀମ ଜାମିନ ଆବେଦନକୁ  ନାମଞ୍ଜୁର କରିଦେଇଥିଲେ ।। ଅଦାଲତ ତାଙ୍କୁ ରହିତାଦେଶ ଦେବା ସମୟରେ ଯାଞ୍ଚ କରୁଥିବା ସଂସ୍ଥାଙ୍କୁ ତଦନ୍ତ ବେଳେ ସହଯୋଗ କରି ନଥିବା କଥା ଉଲ୍ଲେଖ କରିଥିଲେ ।  ଆଇଏନ୍‌ଏକ୍ସ ମଡିଆ ଦୁର୍ନୀତି ମାମଲାରେ ଚିଦାମ୍ବର ଛନ୍ଦି ହୋଇ ପଡିଛନ୍ତି ।

ଅଗ୍ରୀମ ଜାମିନ ନାମଞ୍ଜୁର ହେବାପରେ ଚିଦାମ୍ବରମ କଅଣ ପଦକ୍ଷେପ ଗ୍ରହଣ କରିବେ ସେ ବିଷୟରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘବି, କପିଲ୍‌ ସିବଲ୍‌ ଓ ସଲମାନ୍‌ ଖୁର୍ସିଦଙ୍କ ସହ ଆଲୋଚନା କରିଥିଲେ । ସନ୍ଧ୍ୟା ସମୟରେ ସିବିଆଇ ଚିଦାମ୍ବରମଙ୍କ ବାସଭବନରେ ପହଞ୍ଚିବା ସମୟରେ ସେ ସେଠାରେ ଉପସ୍ଥିତ ନଥିଲେ ।

wp:core-embed/twitter {"url":"https://twitter.com/ANI/status/1163746435415908352","type":"rich","providerNameSlug":"twitter","className":""}
https://twitter.com/ANI/status/1163746435415908352
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.