ହ୍ୱାଟସଆପରେ ଶିଶୁ ପର୍ଣ୍ଣଗ୍ରାଫି(ଅଶ୍ଲୀଳ ସିନେମା) ପ୍ରସାର - ୭ ଜଣଙ୍କ ନାମରେ ମାମଲା ରୁଜୁ କଲା ସିବିଆଇ

Published By : Prameya-News7 Bureau | October 16, 2019 IST

ନୂଆଦିଲ୍ଲୀ - ଶିଶୁ ବା ଛୋଟ ପିଲାଙ୍କ ପର୍ଣ୍ଣଗ୍ରାଫି ବା ଅଶ୍ଲୀଳ ସିନେମା ହ୍ୱାଟସ୍‌ଆପରେ ପ୍ରସାର କରିବା ଘଟଣାରେ ସିବିଆଇ ୭ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ବିଭିନ୍ନ ହ୍ୱାଟସ୍‌ଆପ୍‌ ଗ୍ରୁପରେ ଏମାନେ ଛୋଟ ପିଲାଙ୍କ ପର୍ଣ୍ଣଗ୍ରାଫି ବା ଅଶ୍ଲୀଳ ସିନେମା ପ୍ରସାର କରୁଥିବା ଓ ପଠାଉଥିବା ଅଭିଯୋଗ କରାଯାଇଛି ।
ଏବେ ସିବିଆଇ ଏହି ମାମଲାର ଯାଞ୍ଚ କରୁଛି ।

ସିବିଆଇର ଅନ୍ତରାଷ୍ଟ୍ରୀୟ ପୁଲିସ ସହଯୋଗ ପ୍ରକୋଷ୍ଠ ଚଳିତ ବର୍ଷ ଜାନୁଆରୀରେ ଜର୍ମାନ ଦୂତାବାସରୁ ଏକ କୂଟନୌତିକ ପତ୍ର ପାଇଥିଲା । ଏହାପରେ ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା । ଯାଞ୍ଚ ପରେ ମାମଲା ଦାୟର କରାଯାଇଛି । ଆଇଟି ଆକ୍ଟ ୬୭ ଅନୁସାରେ ଅପରାଧିକ ମାମଲା ରୁଜୁ କରାଯାଇଛି ।

ଜର୍ମାନୀର ସାଚେ ଟ୍ରାପେକ୍‌ ଏହି ଘଟଣା ବିଷୟରେ ସୂଚନା ଦେଇଥିଲା ।ଏଥିରେ ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ବିଭିନ୍ନ ବିଷୟ ବସ୍ତୁ ପ୍ରସାର କରାଯାଉଥିବା ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.