ଏବେ ଯାଏଁ ମିଳିଲାନି ସୁଶାନ୍ତଙ୍କ ହତ୍ୟାର ପ୍ରମାଣ : ସୁଇସାଇଡ ଆଙ୍ଗଲରେ ଯାଞ୍ଚ କରିବାକୁ ଫୋକସ୍ କରୁଛି ସିବିଆଇ

Published By : Prameya-News7 Bureau | September 02, 2020 IST

ମୁମ୍ବାଇ ୨/୯: ସୁଶାନ୍ତ ମାମଲାରେ ସିବିଆଇ ଲଗାତାର ଯାଞ୍ଚ କରୁଛି। ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ସମେତ ମାମଲାରେ ଜଡ଼ିତ ବାକି ଲୋକଙ୍କୁ ପଚରାଉଚରାରେ ସିବିଆଇର ଅନେକ ରହସ୍ୟ ସାମନାକୁ ଆସିଛି। କିନ୍ତୁ ମୃତ୍ୟୁ ରହସ୍ୟ ଏବେ ବି ଜଣା ପଡ଼ିନି। ସିବିଆଇର ୩ଜଣ ଅଧିକାରୀ କହିଛନ୍ତି ଯେ ଏବେ ସୁଦ୍ଧା ହତ୍ୟାର କୌଣସି ପ୍ରମାଣ ମିଳିନାହିଁ। ଏବେ ବି ଇନଭେଷ୍ଟିଗେସନ୍ ଓପନ ରହିଛି।

{"id":323752,"width":580,"height":479,"sizeSlug":"large"}

 ସିବିଆଇର ଅଧିକାରୀମାନେ କହିଛନ୍ତି ଯେ ସେମାନେ ଏବେ ସୁଇସାଇଡ ଆଙ୍ଗଲରେ ଫୋକସ୍ କରୁଛନ୍ତି। ସେମାନେ ଏବେ ବି ଯାଞ୍ଚ କରୁଛନ୍ତି ଯେ କେହି ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛନ୍ତି। ଏବେ ସୁଦ୍ଧା ସିବିଆଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛନ୍ତି,ମୁମ୍ବାଇ ପୋଲିସ୍ ଦ୍ବାରା ଏକତ୍ର ହୋଇଥିବା ସମସ୍ତ ପ୍ରମାଣର ଯାଞ୍ଚ କରିସାରିଛି ଏବଂ ମାମଲାରେ ସମସ୍ତ ସନ୍ଦିଗ୍ଧଙ୍କୁ ପଚରାଉଚରା କରି ସାରିଛି।

{"id":323753,"sizeSlug":"large"}

ଟିମ୍ ମୁତାବକ,ଫରେନସିକ୍ ରିପୋର୍ଟସ୍,ସନ୍ଦିଗ୍ଧଙ୍କ ବୟାନ କିମ୍ବା କ୍ରାଇମ୍ ସିନ୍ ରିକ୍ରିଏସନକୁ ଦେଖିଲେ ଏଥିରେ ମିଳିଥିବା କୌଣସି ରିପୋର୍ଟ ହୋମିସାଇଡ ଦର୍ଶାଉନାହିଁ।ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଯାଞ୍ଚ ଏବେବି ଜାରି ରହିଛି। ଏହି ମାମଲାରେ ସୁଇସାଇଡ ଆଙ୍ଗଲ୍ ଉପରେ ଆହୁରି କଡ଼ାକଡ଼ି ଯାଞ୍ଚ ହେବ। ସେମାନେ ଏହି ହତ୍ୟା ଇନଭେଷ୍ଟିଗେସନକୁ ଅଫିସିଆଲି କ୍ଲୋଜ୍ କରୁନାହାନ୍ତି।

{"id":323754,"sizeSlug":"large"}

ମାମଲାରେ ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ପ୍ରମାଣ AIIMS ଫରେନସିକ୍ ଟିମ୍ ରିପୋର୍ଟ। ଏହି ରିପୋର୍ଟରେ ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ଏବଂ ଅଟୋପ୍ସି ରିପୋର୍ଟ ରହିଛି। ମଙ୍ଗଳବାର ମାମଲାର ଅଭିଯୁକ୍ତ ଏବଂ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟାଙ୍କ ବାପା-ମାଆଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି। ଏହା ବ୍ୟତୀତ ମାମଲାରେ ଡ୍ରଗ୍ସ ଆଙ୍ଗଲ୍ ଆସିବାରୁ ଇଡି ଗୌରବ ଆର୍ଯ୍ୟାଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଇଛି।

{"id":323755,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.