Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

CBI ଯାଞ୍ଚରୁ ମିଳିଲା ଚମକାଇବା ଭଳି ତଥ୍ୟ, ପ୍ରାଥମିକ ତଦନ୍ତରେ ଦେଶମୁଖ ଦୋଷୀ

24/04/2021 at 10:29 PM

ମୁମ୍ବାଇ ୨୪।୪: କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ଶନିବାର ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ଅନ୍ୟମାନଙ୍କ ବିରୋଧରେ ପ୍ରାରମ୍ଭିକ ଯାଞ୍ଚ (ପିଆଇ)ରୁ ପ୍ରାଇମଫେସୀ  ପ୍ରମାଣ ପାଇଥିବା ଦାବି କରିଛି। ସେ ଅନିୟମିତତା ସାଙ୍ଗକୁ କ୍ଷମତାର ଦୂରୁପଯୋଗ କରିଥିବା ଜଣାପଡିଛି। ଦେଶମୁଖ ଓ କିଛି ଅଜ୍ଞାତ ଲୋକେ ସେମାନଙ୍କୁ ମିଳିଥିବା ସୁଯୋଗର ଫାଇଦା ନେବାକୁ ଚେଷ୍ଟ କରିଛନ୍ତି ବୋଲି ସିବିଆଇ କହିଛି।

ବମ୍ବେ ହାଇକୋର୍ଟ ଚଳିତମାସ ପ୍ରାରମ୍ଭରେ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ମାମଲାର ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ସିବିଆଇ ମାମଲାର ତଦନ୍ତ ଜାରି ରହିଥିବା ବେଳେ ନିଲମ୍ବିତ ସହାୟକ ପୋଲିସ ନିରିକ୍ଷକ (ଏପିଆଇ) ସଚ୍ଚିନ ବାଜେ ୧୫ ବର୍ଷରୁ ଅଧିକ କାଳ ହେଲା ସେବାରୁ ବାହାରେ ଥିଲେ। ତେବେ ତାଙ୍କୁ ମୁମ୍ବାଇ ପୋଲିସରେ ପୁଣି ବହାଲ କରାଯାଇଥିବା ବେଳେ ଅଧିକାଂଶ ଚାଞ୍ଚଲ୍ୟକର ଓ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ଭାର ଦିଆଯାଇଥିଲା ଓ ସେ ବାବଦେ ରାଜ୍ୟ ଗୃହମନ୍ତ୍ରୀ ମଧ୍ୟ ଜାଣିଥିଲେ ବୋଲି ଜାଣିବାକୁ ପାଇଛି।

ସେହିପରି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଦ୍ୱାରା ଦାୟର ରିଟ୍ ପିଟିସନର ମଧ୍ୟ ସିବିଆଇ ପିଇରେ ଉଲ୍ଲେଖ କରିଛି।  ଏଥିରେ କିପରି ପୂର୍ବତନ ଗୃହମନ୍ତ୍ରୀ ଓ ଅନ୍ୟମାନେ ପୋଲିସ କର୍ମଚାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ଲାଗି ପଦବୀର ଦୂରୁପଯୋଗ କରୁଥିଲେ ତାହାର ମଧ୍ୟ ପ୍ରମାଣ ମିଳିଛି। ଏହାକୁ ନଜରରେ ରଖି ମାମଲାର ତଦନ୍ତ କରୁଥିବା ଡିଏସପି ଆର.ଏସ୍.ଗୁଞ୍ଜିଆଲ ଭ୍ରଷ୍ଟାଚାର ଅଧିନିୟମ ଧାରା ୭ ଓ ଆଇପିସିର ଧାରା ୧୨୦ (ବି)ରେ ଦେଶମୁଖ ଓ ଅନ୍ୟମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ ଲାଗି ସୁପାରିଶ କରିଛନ୍ତି।

ଏତଲା ଅନୁସାରେ ସିବିଆଇ ମାମଲାର ତଦନ୍ତ ଆଗକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ସିବିଆଇ ଡିଏସପି ମୁକେଶ କୁମାରଙ୍କୁ ଆଗାମୀ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେହି ଅନୁସାରେ ସିବିଆଇ ଶନିବାର ସକାଳେ ଦେଶମୁଖଙ୍କ ବିଭିନ୍ନ ସ୍ଥାନ ଉପରେ ଚଢଉ କରିଛି। ଏହା ଛଡା ଦେଶମୁଖଙ୍କୁ ଆଉ ୮ ଘଣ୍ଟା ପଚରାଉଚରା କରାଯାଇଛି। ଏହା ପୂର୍ବରୁ ସିବିଆଇ ଏପ୍ରିଲ ୧୪ ତାରିଖ ଦିନ ଦେଶମୁଖଙ୍କୁ ଡକାଇ ୮ ଘଣ୍ଟା ପଚରା ଉଚରା କରାଯାଇଥିଲା।  

   Related Posts