ସେନା ନାଁରେ କଳଙ୍କ : ୬କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବିଲ୍ ଦେଇ ଠକୁଥିଲେ ଦେଶକୁ

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ ୩୧/୭: ସିବିଆଇ ପଶ୍ଚିମ ନୌସେନା କମାଣକୁ ଆଇଟି ହାର୍ଡ଼ଓ୍ବେୟାର ଯୋଗାଣ କରିବା ନାଁରେ ୬.୭୬କୋଟି ଟଙ୍କାର ନକଲି ବିଲ୍ କରିବା ଅଭିଯୋଗରେ ନୌସେନାର ୪ଜଣ ଅଧିକାରୀ ଏବଂ ଅନ୍ୟ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଅଧିକାରୀ ବୁଧବାର କହିଥିଲେ ଯେ ତଦନ୍ତ ସଂସ୍ଥା କ୍ୟାପଟେନ୍ ଅତୁଲ କୁଲକର୍ଣ୍ଣୀ,କମାଣ୍ଡର ମନ୍ଦର ଗୋଡ଼ବୋଲେ ଏବଂ ଆରପି ଶର୍ମା ତଥା ପେଟି ଅଫିସର ଏଲଓଜି କୁଲଦୀପ ସିଂହ ବଘେଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲା ୬.୭୬କୋଟି ଟଙ୍କା ସହ ନକଲି ବିଲ୍ କରିବାକୁ ନେଇ ରୁଜୁ କରାଯାଇଛି।

ଏହି ସମସ୍ତ ନୌସେନା ଅଧିକାରୀ ନିଜ ଆଧିକାରିକ ପଦର ଅପବ୍ୟବହାର କରି ଠକେଇ କରିଥିଲେ ଏବଂ ସରକାରୀ ଖଜଣା ଲୁଟି ଆର୍ଥିକ ଲାଭ ଉଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.