ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ବାସଭବନରେ ସିବିଆଇ ଚଢ଼ାଉ

Published By : Prameya-News7 Bureau | January 24, 2019 IST

ମୁମ୍ବାଇ ୨୪/୧ : ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ବିରୋଧରେ ସିବିଆଇ ମାମଲା ରୁଜ୍ଜୁ କରିଛି | ଆଜି ସକାଳେ ଚନ୍ଦାଙ୍କ ୪ଟି ବାସଭବନରେ ସିବିଆଇ ଚଢ଼ାଉ କରିଛି | ମୁମ୍ବାଇ ଏବଂ ଔରଙ୍ଗାବାଦର କେତେକେ ସ୍ଥାନରେ ସିବିଆଇ ଚଢ଼ାଉ କରିଛି | ଔରଙ୍ଗାବାଦସ୍ଥିତ ଭିଡିଓକନ ଅଫିସରେ ମଧ୍ୟ ଚଢ଼ାଉ କରିଥିଲା ସିବିଆଇ |


୨୦୧୮ ମସିହା ମାର୍ଚ୍ଚ ମାସରେ ଚନ୍ଦା କୋଚରଙ୍କ ବିରୋଧରେ ଦୁର୍ନୀତି ଏବଂ ପରିବାର ବିବାଦର ଅଭିଯୋଗ ହୋଇଥିଲା | ସୂଚନା ଅନୁଯାୟୀ, ୨୦୦୮ ମସିହା ଡିସେମ୍ବର ମାସରେ ଭିଡିଓକନ ମାଲିକ ବେଣୁଗୋପାଳ ଧୂତ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଓ ଏମଡି ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ଏବଂ ତାଙ୍କ ଦୁଇ ସମ୍ପର୍କୀୟଙ୍କ ସହ ମିଶି ଏକ କମ୍ପାନୀ ଖୋଲିଥିଲେ | ୬୫ କୋଟିର କମ୍ପାନୀକୁ ୯ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ | ଏହାପରେ ଏହି କମ୍ପାନୀକୁ ୬୪ କୋଟି ଟଙ୍କାର ଲୋନ ଦିଆଯାଇଥିଲା | ବେଣୁଗୋପାଳ ଧୂତଙ୍କ କମ୍ପାନୀ ଏହି କମ୍ପାନୀକୁ ଲୋନ ଦେଇଥିଲା | ପରେ କମ୍ପାନୀର ମାଲିକାନା ଏକ ଟ୍ରଷ୍ଟକୁ ୯ ଲକ୍ଷ ଟଙ୍କାରେ ହସ୍ତାନ୍ତର କରି ଦିଆଯାଇଥିଲା | ଏହି ଟ୍ରଷ୍ଟର କମାଣ୍ଡ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ ହାତରେ ଥିଲା |


ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ବେଣୁଗୋପାଳଙ୍କ ଦ୍ୱାରା ଭିଡିଓକନ ଗ୍ରୁପକୁ ୩୨୫୦ କୋଟି ଲୋନ ଟ୍ରାନ୍ସଫର କରାଯାଇଥିଲା | ଲୋନ ମଞ୍ଜୁର ହେବାର ୬ ମାସ ପରେ ଦୀପକଙ୍କ ଆକାଉଣ୍ଟକୁ ଲୋନ ଟ୍ରାନ୍ସଫର କରାଯାଇଥିଲା | ଲୋନର ୮୬ ପ୍ରତିଶତ ୨୦୧୭ ମସିହାରେ ଏନପିଏ ଘୋଷଣା କରିଦିଆଗଲା | ଏହି ଲୋନର ୮୬ ପ୍ରତିଶତ ଅର୍ଥାତ ପାଖାପାଖି ୨୮୧୦ କୋଟି ଟଙ୍କା ଜମା କରାଯାଇନଥିଲା | ଏହାପରେ ୨୦୧୭ ମସିହାରେ ଭିଡିଓକନ ଆକାଉଣ୍ଟକୁ ଏନପିଏ ଘୋଷଣା କରିଦିଆଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.