Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଲାଂଚ ନେବା ଅଭିଯୋଗରେ ଗିରଫ ହେଲେ ସିବିଆଇ ଡିଏସପି ଦେବେନ୍ଦ୍ର କୁମାର, ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନଙ୍କ ସମେତ ୪ଜଣଙ୍କ ନାଁରେ ରହିଛି ମାମଲା, ସଂସ୍ଥାର ବିଶ୍ବସନୀୟତା ନେଇ ଉଠିଲା ପ୍ରଶ୍ନ

22/10/2018 at 5:18 PM

ଦିଲ୍ଲୀ ୨୨/୧୦ : ଆଜି ସିବିଆଇ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ  କରାଯାଇଛି | ଡିଏସପି ଦେବେନ୍ଦ୍ର କୁମାରଙ୍କ ନାଁରେ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା| ଗତକାଲି ସିବିଆଇ ପକ୍ଷରୁ ହିଁ ଦେବେନ୍ଦ୍ର କୁମାର ଏବଂ ଆଉ ୩ ଜଣଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲା | ଏହି ମାମଲାରେ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନା ମଧ୍ୟ ଜଡିତ ଥିବା ସିବିଆଇ କହିଛି | ସିବିଆଇ ଏସଆଇଟିରେ ଥିବା ଏହି ୪ ଜଣଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗରେ ଏକ ମାମଲା ରୁଜ୍ଜୁ ହୋଇଥିଲା |

ସୂଚନାଯୋଗ୍ୟ ଯେ, ନୂଆ ଦିଲ୍ଲୀର ସିବିଆଇ ୟୁନିଟ ଏସି-୩ରେ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା, ଡିଏସପି ଦେବେନ୍ଦ୍ର କୁମାର, ମନୋଜ ପ୍ରସାଦ, ସୋମେଶ ପ୍ରସାଦଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲା ବୋଲି ପୋଲିସ ସୁପରିଟେଣ୍ଡେଣ୍ଟ ଏସ.ଏସ.ଗର୍ମ ସୂଚନା ଦେଇଛନ୍ତି |

ଗତ କିଛିମାସ ହେଲା ସିବିଆଇରେ ଗୋଷ୍ଠୀ ବିବାଦ ଲାଗି ରହିଛି । ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ରହିଛନ୍ତି । ରାକେଶ ଅସ୍ଥାନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ସହଯୋଗ ରହିଥିବା କୁହାଯାଉଛି । ଆଲୋକ ବର୍ମାଙ୍କ ବିନା ସହମତିରେ ରାଜୀବ ଅସ୍ଥାନାଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିବା ପରଠାରୁ ଏହି ଗୋଷ୍ଠୀ ବିବାଦ ଆରମ୍ଭ ହୋଇଛି । ରାକେଶ ଅସ୍ଥାନାଙ୍କ ବିରୋଧରେ ୭ଟି ଦୁର୍ନୀତି ମାମଲା ଥିବା ସତ୍ବେ ତାଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବା ଠିକ ହୋଇନାହିଁ ବୋଲି ଅଲୋକ ବର୍ମା ଖୋଲା ଖୋଲି କହିଥିଲେ । ତାଙ୍କୁ  ଜଏନ କରାଇ ଦେଇନଥିଲେ । ଫଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସଚିବ ପି.କେ ମିଶ୍ର ହସ୍ତକ୍ଷେପ କରି ତାଙ୍କୁ ତୁରନ୍ତ ଜଏନ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ରାକେଶ ଅସ୍ଥାନା ଓ ଅନ୍ୟ ତିନିଜଣଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ମାମଲା ଦାୟର ହେବା ଓ ସିବିଆଇ ଡିଏସପି  ଦେବେନ୍ଦ୍ର କୁମାର ଗିରଫ ହେବା ଫଲରେ ପ୍ରଧାନମନ୍ତ୍ରୀଙ୍କ କାର୍ଯାଳୟକୁ ଏକ ବଡ ଧରଣର ଝଟକା ଲାଗିଛି ।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ରାକେଶ ଅସ୍ଥାନା ଲାଲୁ ପ୍ରସାଦ ଯାଦବଙ୍କ ଦୁର୍ନୀତିର ତଦନ୍ତ କରିବାକୁ ଚାହିଁଥିଲେ । କିନ୍ତୁ ଲିବିଆଇ ନିର୍ଦ୍ଦେଶଖ ସେଥିପାଇଁ ଅନୁମତି ଦେଇନଥିଲେ । ଏ ସମ୍ପର୍କରେ ରାଜୀବ ଅସ୍ଥାନା ସିଭିସିକୁ ଚିଠି ଲେଖି ଜଣାଇବା ସହ ଏହି ଚିଠିର ଏକ ନକଲ ଗଣମାଧ୍ୟରେ ଲିକ୍‌ କରାଇଦେଇଥିଲେ । ଏହି ଘଟଣାକୁ ନେଇ ମଧ୍ୟ ରାକେଶ ଅସ୍ଥାନା ଓ ଆଲୋକ ବର୍ମାଙ୍କ ସମ୍ପର୍କ ଆହୁରି ତିକ୍ତ ହୋଇଥିଲା । ଲାଲୁ ପ୍ରସାଦ ଯାଦବଙ୍କ ଦୁର୍ନୀତି ସମ୍ପର୍କରେ ତଦନ୍ତକୁ ଅନୁମତି ନଦେବା କାରଣ ସମ୍ପର୍କରେ ଆଲୋକ ବର୍ମା ଅତି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । ଯାହା ବିରୋଧରେ ଦୁର୍ନୀତି ନିବାରଣ ଆଇନ ବଳରେ ୭ଟି ମାମଲା ତଚାଲିଛି ସେ କେମିତି ଦୁର୍ନୀତିର ତଦନ୍ତ କରିବ ।

ସିବିଆରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏବଂ ଦୁର୍ନୀତି ନିବାରଣ ଆଇନ ବଳରେ ସିବିଆର ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ସମେତ ୪ଜଣଙ୍କ ନାଁରେ ମାମଲା ହେବା ଏବଂ ଡିଏସପି ଦେବେନ୍ଦ୍ର କୁମାର ଗିରଫ ହେବା ସିବିଆଇର ବିଶ୍ବସନୀତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବ ।

   Related Posts