ସୁଶାନ୍ତ ସିଂହଙ୍କ କୋଠରୀର ମ୍ୟାପିଙ୍ଗ କଲା ସିବିଆଇ, ସାଢେ ୩ ଘଣ୍ଟା ଯାଏଁ କରିଥିଲା ଯାଞ୍ଚ

Published By : Prameya-News7 Bureau | August 23, 2020 IST

ମୁମ୍ବାଇ ୨୩/୦୮ : ସିବିଆଇ ଟିମ୍ ଆଜି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ପହଞ୍ଚିଥିଲା । ଆଜି ସିବିଆଇ ଟିମ୍ ଅଭିନେତାଙ୍କ ଘରେ ପ୍ରାୟ ସାଢେ ତିନି ଘଣ୍ଟା ରହି ତଦନ୍ତ କରିଥିଲା । ସିବିଆଇ ଅପରାହ୍ନ ସାଢେ ଦୁଇଟାରେ ସୁଶାନ୍ତଙ୍କ ଘରେ ପହଞ୍ଚି ସାଢେ ୫ଟା ସମୟରେ ସେଠାରୁ ଚାଲିଯାଇଥିଲା । ସିବିଆଇର ଏକ କାର ଯେତେବେଳେ ସୁଶାନ୍ତଙ୍କ ଘରୁ ବାହାରିଥିଲେ କାରରେ ସିଦ୍ଧାର୍ଥ ପିଥାନି, ଦୀପେଶ ଏବଂ ନୀରଜ ମଧ୍ୟ ଉପସ୍ଥିତ ଥିଲେ ।

{"id":318998,"sizeSlug":"large"}

ସିବିଆଇ ଟିମ୍ ପୁଣିଥରେ ସୁଶାନ୍ତ ସିଂହ ରାଜପୁତଙ୍କ କୋଠରୀକୁ ମ୍ୟାପିଙ୍ଗ କରିଛି । ଏହା ସହିତ ଆଜିର ସିବିଆଇର ତଦନ୍ତ ଶେଷ ହୋଇଥିଲା। ଶନିବାର ଦିନ ସିବିଆଇ ଟିମ୍ ସୁଶାନ୍ତ ସିଂଙ୍କ ଘରେ ସାଢେ ୩ ଘଣ୍ଟା ଯାଞ୍ଚ କରିଥିଲା। ଗତକାଲି ମଧ୍ୟ ସିବିଆଇ ଟିମ୍ ସିଦ୍ଧାର୍ଥ ପିଟାନି, ଦୀପେଶ ଏବଂ ନୀରଜଙ୍କ ସହ ସୁଶାନ୍ତଙ୍କ ଘରେ ପହଞ୍ଚିଥିଲା । ସେ ଆଜି ମଧ୍ୟ ତିନିଜଣଙ୍କୁ ସେଠାକୁ ନେଇଥିଲେ। ଶନିବାର ଫ୍ଲାଟର ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା।

{"id":319003,"sizeSlug":"large"}

ଏହା ବ୍ୟତୀତ ସିବିଆଇ ଟିମ୍ ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ଲାଟର ମାଲିକଙ୍କୁ ପଚରାଉଚରା କରିଥିଲା । ସୁଶାନ୍ତ ସଞ୍ଜୟ ଲାଲୱାନୀଙ୍କ ଫ୍ଲାଟରେ ରହୁଥିଲେ। ସିବିଆଇ ଟିମ୍ ଡୁପ୍ଲେକ୍ସ ଫ୍ଲାଟର ମାଲିକ ସଞ୍ଜୟ ଲାଲୱାନୀଙ୍କୁ ପଚରାଉଚରା କରିଛି।

{"id":319006,"width":572,"height":321,"sizeSlug":"large"}

ସୁଶାନ୍ତ ବାନ୍ଦ୍ରା ୱେଷ୍ଟ ମଣ୍ଟ ବ୍ଲାନ୍କ ବିଲ୍ଡିଂର ୬ ମହଲା ଏବଂ ୭ ମହଲାର ୪ ଟି ଫ୍ଲାଟ ୩ ବର୍ଷର ଲିଜରେ ନେଇଥିଲେ | ମାସିକ ଭଡା ୪ ଲକ୍ଷ ୫୦ ହଜାର ଥିଲା ଯାହା ପ୍ରତିବର୍ଷ ୧୦ ପ୍ରତିଶତ ବୃଦ୍ଧି ପାଇବାର ଥିଲା | ୨୦୧୯ ମସିହା ଡିସେମ୍ବର ୧୯ ତାରିଖରେ ଏହି ଡୁପ୍ଲେକ୍ସ ଫ୍ଲାଟକୁ ଲିଜ୍ ରେ ନେଇଥିଲେ ଯାହା ୨୦୧୨ ପର୍ଯ୍ୟନ୍ତ ଥିଲା | ସିବିଆଇ ଟିମ୍ ଫ୍ଲାଟର ଏକ ଚୁକ୍ତିନାମା କପି ସହିତ ଲାଲୱାନୀ ପରିବାରରେ ପହଞ୍ଚିଥିଲା । ସୁଶାନ୍ତ ଚେକ କିମ୍ବା ନଗଦ ଭଡା ଦେଇଥିଲେ ଏହାର ତଦନ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.