Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

୩୮ ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜନ ନିର୍ଦ୍ଦୋଷରେ ଖଲାସ, ସାକ୍ଷୀ ଅଭାବରୁ ମୁକ୍ତ କଲେ ସିବିଆଇ କୋର୍ଟ

29/10/2021 at 1:11 PM

ମୁମ୍ୱାଇ ୨୯/୧୦ : ୩୮ ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ସଦାଶିଭ ନିକଲଜେ ଓରଫ ଛୋଟା ରାଜନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ମୁମ୍ବାଇ ଅଣ୍ଡରୱାର୍ଲ୍ଡରେ ଡନ୍ ଦାଉଦ୍ ଇବ୍ରାହିମଙ୍କର ବଡ ଶତ୍ରୁ ଥିଲା ବୋଲି କୁହାଯାଉଥିଲା । ଛୋଟା ରାଜନଙ୍କ ଅପରାଧିକ ଜୀବନରେ ଏହି ମାମଲା ପ୍ରଥମ ଏଫ୍ଆଇଆର୍ ଥିଲା । ଯେଉଁଥିରେ ତାଙ୍କୁ ୧୯୮୩ ମସିହାରେ ପୋଲିସ୍ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ରାଜନଙ୍କ ବିରୋଧରେ ଏହା ପ୍ରଥମ ପ୍ରମୁଖ ମାମଲା ଥିଲା ।

ମଦ ଚୋରା ଚାଲାଣ ମାମଲାରେ ୩୮ ବର୍ଷ ପୂର୍ବେ ଛୋଟା ରାଜନଙ୍କ ବିରୋଧରେ ଏକ ମାମଲା ରୁଜୁ ମଧ୍ୟ ହୋଇଥିଲା । ଛୋଟା ରାଜନଙ୍କ ଓକିଲ ତୁଷାର ଖାନ୍ଦେରେ କହିଛନ୍ତି ଯେ ୧୯୮୩ ମସିହାରେ ତିଲକ ନାଗର ପୋଲିସ ଷ୍ଟେସନର ଏକ ଟିମ୍ ଟ୍ୟାକ୍ସିରେ ମଦ କାରବାର କରୁଥିବା ଚୋଟା ରାଜନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ପୋଲିସ ଟିମରେ ଦୁଇଜଣ ଅଧିକାରୀ ଏବଂ ଚାରିଜଣ କନଷ୍ଟେବଳ ଥିବାବେଳେ କାରରେ ଅନ୍ୟ ଦୁଇଜଣ ସହଯୋଗୀ ଥିଲେ ।

ଯେତେବେଳେ ପୋଲିସ ଟ୍ୟାକ୍ସିକୁ ଅଟକାଇଥିଲା, ଛୋଟା ରାଜନ ଏକ ମାରଣାସ୍ତ୍ର ବାହାର କରି ପୋଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ ପୋଲିସ ଛୋଟା ରାଜନ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଜଣେ ସହଯୋଗୀ ପଳାଇ ଯାଇଥିଲେ । ଛୋଟା ରାଜନଙ୍କ ସହ ଗିରଫ ହୋଇଥିବା ତାଙ୍କ ସହଯୋଗୀ କୋର୍ଟ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ଛୋଟା ରାଜନ ଜାମିନରେ କୋର୍ଟରୁ ବାହାରକୁ ଯାଇଥିଲେ, କିନ୍ତୁ ରାଜନଙ୍କ ବିରୋଧରେ ଶୁଣାଣି ଚାଲିଥିଲା ।

ଇଣ୍ଡୋନେସିଆରେ ଗିରଫ ହେବା ପରେ ଛୋଟା ରାଜନଙ୍କୁ ଅକ୍ଟୋବର ୨୦୧୫ ରେ ଭାରତ ଅଣାଯାଇଥିଲା । ଏହି ସମୟରେ ମୁମ୍ବାଇ ପୋଲିସ ଛୋଟା ରାଜନଙ୍କ ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲା । ଚୂଡାନ୍ତ ବନ୍ଦ ରିପୋର୍ଟ ଦାଖଲ କରିବାବେଳେ ସିବିଆଇ କହିଛି ଯେ ବହୁ ପୁରୁଣା ମାମଲା ହେତୁ ସେମାନେ କୌଣସି ସାକ୍ଷୀ ଏବଂ ପ୍ରମାଣ ପାଇପାରୁ ନାହାଁନ୍ତି । ଆକ୍ରମଣରେ ବ୍ୟବହୃତ ଛୁରୀ ମଧ୍ୟ ନିଖୋଜ ହୋଇଯାଇଛି । ସେଥିପାଇଁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

   Related Posts