ସିବିଆଇ ବିବାଦ ମାମଲା : ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କଲା ସିଭିସି
12/11/2018 at 12:20 PM

ନୂଆଦିଲ୍ଲୀ ୧୨|୧୧: ସିବିଆଇ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କଲା ସିଭିସି । ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି ଥିଲା । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାର ପରସ୍ପର ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିଲା ସିଭିସି । ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ଘନଘନ ଜେରା, ଉଭୟଙ୍କ ବୟାନ ଏବଂ ହାସଲ କରାଯାଇଥିବା ଦସ୍ତାବିଜକୁ ଆଧାର କରି ସିଭିସି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲା । ହେଲେ ଉଭୟଙ୍କ ବିରୋଧରେ ସିଭିସିକୁ କୌଣସି ଠୋସ୍ ପ୍ରମାଣ ମିଳିନଥିବା କୁହାଯାଉଛି । ଅଗଷ୍ଟ ୨୪ରେ ଅସ୍ଥାନାଙ୍କ ପକ୍ଷରୁ ସିଭିସିରେ ଆଲୋକ ବର୍ମାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ଏହାପରେ ଆସ୍ଥାନାଙ୍କ ବିରୋଧରେ ବର୍ମା ଅକ୍ଟୋବର ୧୫ରେ ସିବିଆଇ ପକ୍ଷରୁ ମାମଲା ଦାଏର ହୋଇଥିଲା। ଏହାକୁ ନେଇ ସିବିଆଇରେ ଫାଟ ପଦାରେ ପଡିଥିଲା । ଶେଷରେ ସରକାର ହସ୍ତକ୍ଷେପ କରି ଉଭୟଙ୍କୁ ଛୁଟିରେ ପଠାଇଦେଇଥିଲେ । ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଏ କେ ପଟ୍ଟନାୟକଙ୍କ ନେତୃତ୍ବରେ ଦୁଇ ସପ୍ତାହ ଭିତରେ ସିଭିସିକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ସିଭିସିର କେ. ବି ଚୌଧୁରୀ, ଭିଜିଲାନ୍ସ କମିଶନର ଶରଦ କୁମାର ଓ ଟି .ଏମ ଭାସିନ ଏହି ମାମଲରା ତଦନ୍ତ କରୁଥିଲେ।