Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ CBI ! ରାଜ୍ୟ ସରକାର ନେଲେ ଏଭଳି ନିଷ୍ପତ୍ତି

4/11/2020 at 4:15 PM

ନୂଆଦିଲ୍ଲୀ ୪/୧୧: ଏଣିକି କେରଳରେ ପ୍ରବେଶ କରିପାରିବନି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)!  ଅଣ ବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର ପରେ ଏବେ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛି କେରଳ। କେରଳରେ ବିନା ରାଜ୍ୟ ସରକାରଙ୍କ ଅନୁମତିରେ ସିବିଆଇ ଯାଞ୍ଜ କରିପାରିବ ନାହିଁ। ଏନେଇ ଥିବା ପାରମ୍ପରିକ ସହମତି ପ୍ରତ୍ୟାହାର କରିଛନ୍ତି କେରଳ ସରକାର। ସିବିଆଇ ଯାଞ୍ଚ ପାଇଁ ଥିବା ସହମତି ପ୍ରତ୍ୟାହାର କରିବା ନେଇ ରାଜ୍ୟରେ ବିଚାର ବିମର୍ଶ ଚାଲିଥିଲା। କିନ୍ତୁ ଆଜି ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ୍‌ରେ ମୋହର ଲାଗିଥିବା ଜଣାପଡ଼ିଛି।

ନିକଟରେ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ସିବିଆଇ ଯାଞ୍ଚ ଉପରେ ରୋକ ଲଗାଇଛନ୍ତି। ମହାରାଷ୍ଟ୍ରରେ ଟିଆରପି ଘୋଟାଲାକୁ ନେଇ ସିବିଆଇ ତଦନ୍ତ କରିବା ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ପୂର୍ବରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଥିଲା। ରାଜ୍ୟରେ ସିବିଆଇକୁ ବିରୋଧ କରିବାକୁ ନେଇ ରାଜ୍ୟ ସରକାର ଏକ ବିଷମ ସ୍ଥିତିରେ ପଡ଼ିଥିଲେ।

ସିବିଆଇ ଡିଏସ୍‌ପିଇ ଆକ୍ଟ ଅଧିନରେ ଆସୁଥିବା ବେଳେ ରାଜ୍ୟ ଭିତରେ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କ ବିରୋଧରେ ଯାଞ୍ଚ କରିବାକୁ ହେଲେ ରାଜ୍ୟ ସରକାରଙ୍କ ସାମାନ୍ୟ ସହମତି ଆବଶ୍ୟକ କରେ । ତେଣୁ ଏହି ନିୟମରେ ସମୟ ଅନୁସାରେ ପରିବର୍ତ୍ତନ ମଧ୍ୟ ହୋଇଥାଏ। ୨୦୧୮ ମସିହାରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସାମାନ୍ୟ ସହମତି ପ୍ରତ୍ୟାହାର କରିନେଇଥିଲେ। ତେବେ ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡିକଙ୍କ ସରକାର ଆସିବା ପରେ ୨୦୧୯ରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିଲା।

ତେବେ କେରଳରେ ସରକାରଙ୍କ ଆବାସ ଯୋଜନା ଲାଇଫ୍‌ ମିଶନରେ ସିବିଆଇ ଯାଞ୍ଚକୁ ନେଇ ରାଜ୍ୟ ସରକାର ଓ ସିବିଆଇ ମଧ୍ୟ ମତଭେଦ ହୋଇଛି। ତଦନ୍ତରେ ସିବିଆଇ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା। ରଜ୍ୟ ସରକାର ଆବେଦନ ପରେ କେରଳ ହାଇକୋର୍ଟ ଅକ୍ଟୋବରରେ ସିବିଆଇ ଯାଞ୍ଚ ଉପରେ ରୋକ୍‌ ଲଗାଇଥିଲେ।

   Related Posts