ଏବେ ମହାରାଷ୍ଟ୍ରରେ ବିନା ଅନୁମତିରେ ତଦନ୍ତ କରି ପାରିବନାହିଁ ସିବିଆଇ, ରୋକ୍ ଲଗାଇଲେ ଉଦ୍ଧବ ସରକାର

Published By : Prameya-News7 Bureau | October 21, 2020 IST

ମୁମ୍ବାଇ ୨୧।୧୦: ମହାରାଷ୍ଟ୍ର ସରକାରଙ୍କ ବିନା ଅନୁମତିରେ ଏବେ ସିବିଆଇ ରାଜ୍ୟରେ ଯାଞ୍ଚ କରି ପାରିବ ନାହିଁ। ମହାରାଷ୍ଟ୍ର ସରକାର ଆଦେଶ ଜାରି କରି କହିଛନ୍ତି ରାଜ୍ୟରେ ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରାଯାଉଛି। ହେଲେ ବର୍ତ୍ତମାନ କେସ୍‌ରେ ସିବିଆଇର ଛାନବିନରେ କୌଣସି ପ୍ରଭାବ ନାହିଁ।

ଭବିଷ୍ୟତରେ ଯଦି ସିବିଆଇ ମହାରାଷ୍ଟ୍ରରେ କୌଣସି ନୂତନ ମାମଲାର ଯାଞ୍ଚ କରିବାକୁ ଚାହେଁ ତେବେ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ। ଏହା ପୂର୍ବରୁ ରାଜସ୍ଥାନ, ଛତିଶଗଡ ଓ ପଶ୍ଚିମବଙ୍ଗ ଅଣ ବିଜେପି ଶାସିତ ରାଜ୍ୟ ଏମିତି ନିର୍ଣ୍ଣୟ ନେଇ ସାରିଛନ୍ତି।

ଅଧିକାରୀ କହିଛନ୍ତି ମହାରାଷ୍ଟ୍ର ସରକାରଙ୍କ ଏହି ନିର୍ଣ୍ଣୟ ସୁଶାନ୍ତ ସିଂହ ରାଜପୁତ କେସ୍‌ ପାଇଁ ପ୍ରଯ୍ୟୁଜ ନୁହେଁ। ଏହାର କାରଣ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଏହି ମାମଲାର ତଦନ୍ତ ସିବିଆଇ କରୁଛି। ଏହି ମାମଲାରେ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତିର କୌଣସି ଆବଶ୍ୟକତା ନାହିଁ। ୟୁପି ପୋଲିସ ଦ୍ଵାରା ଟିଆରପି ସ୍କାମ କେସ୍‌ର ଏଫଆଇଆର ରୁଜୁ ହେବାର ଗୋଟିଏ ଦିନ ପରେ ମହାରାଷ୍ଟ୍ର ସରକାର ଏମିତି ନିର୍ଣ୍ଣୟ ନେଇଛନ୍ତି। ୟୁପି ସରକାର ଏହି କେସ୍‌କୁ ସିବିଆଇ ହାତକୁ ହସ୍ତାନ୍ତର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.