Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଭ୍ରଷ୍ଟ ବାବୁଙ୍କ ବିରୋଧରେ ସିଧା FIR କରିପାରିବେ CBI

8/10/2021 at 9:36 PM

ନୂଆଦିଲ୍ଲୀ ୮।୧୦: ଭ୍ରଷ୍ଟାଚାର ମାମଲାରେ ପ୍ରାଥମିକ ତଦନ୍ତ ସବୁବେଳେ ଜରୁରି ନୁହେଁ। ଏପରି ଅଭିଯୋଗ ଉଠିବାମାତ୍ରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାନ (ସିବିଆଇ) ସିଧା ଏତଲା ରୁଜୁ କରିପାରିବେ ବୋଲି ଦେଶରେ ଦୁର୍ନୀତି ବିରୋଧରେ ସୁପ୍ରିମକୋର୍ଟ ଶୁକ୍ରବାର ଯୁଗାନ୍ତକାରୀ ରାୟ ଦେଇଛନ୍ତି।

କୋର୍ଟଙ୍କ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ବି.ଭି.ନାଗରତ୍ନାଙ୍କ ବେଞ୍ଚ କହିଛନ୍ତି ଯେ କୌଣସି ଗୁରୁତର ଅପରାଧ ସମ୍ପର୍କରେ ବିଶ୍ୱସନୀୟ ସୂଚନା ମିଳିବା ପରେ ସିବିଆଇ ପ୍ରାଥମିକ ଯାଞ୍ଚ କରିବା ବଦଳେ ସିଧା ଏତଲା ରୁଜୁ କରିପାରିବେ। ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ଓ ସିବିଆଇଙ୍କ ମାନୁଆଲରେ ଥିବା ବ୍ୟବସ୍ଥା ମଧ୍ୟ ଏହା ସ୍ପଷ୍ଟ କରୁଛି ଯେ ଭ୍ରଷ୍ଟାଚାରର ସବୁ ମାମଲାରେ ପ୍ରାଥମିକ ଯାଞ୍ଚ ବାଧ୍ୟତାମୂଳକ ନୁହେଁ ।

ଲଳିତା କୁମାରୀ ମାମଲାରେ ସାମ୍ବିଧାନିକ ପୀଠ ମଧ୍ୟ ଏହା ସ୍ୱୀକାର କରିଥିଲେ ଯେ କୌଣିସି ଗୁରୁତର ଅପରାଧର ସୂଚନା ମିଳିବାମାତ୍ରେ ଏଥିଲାଗି ପ୍ରାରମ୍ଭିକ ତଦନ୍ତର ଆବଶ୍ୟକତା ପଡେ ନାହିଁ। ଏପରି ମାମଲାରେ ତଦନ୍ତ ନିର୍ଦ୍ଦେଶ ଜାରି ଲାଗି ବିଧାୟୀକ୍ଷେତ୍ରରେ ପାଦ ରଖିବା ସହ ସମାନ। ଏ ହାର ବିକଳ୍ପ ହେଉଛି ଅଭିଯୁକ୍ତ ମଧ୍ୟ ଏତଲା ପୂର୍ବରୁ ପ୍ରାରମ୍ଭିକ ଯାଞ୍ଚ ତାଙ୍କ ଅଧିକାର ଦାବି କରିପାରିବେନି ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଯଦି କେବେ ଅଭିଯୋଗ ଭୁଲ ପ୍ରମାଣିତ ହୁଏ ଏପରି କ୍ଷେତ୍ରରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ଲାଗି ଏହା ବିଡମ୍ବନାର କାରଣ ହୋଇପାରେ ବୋଲି ମଧ୍ୟ ପୀଠ କହିଛନ୍ତି।

ଏଣୁ ଏପରି କ୍ଷେତ୍ରରେ ସିବିଆଇଙ୍କୁ ରେକର୍ଡ ଦସ୍ତାବେଜ୍ ପାଖରେ ପହଞ୍ଚିବାକୁ ଅନୁମତି ଦିଆଯାଇପାରେ। ସେହିପରି ତଦନ୍ତରେ ଲୋକଙ୍କ ସହ ମଧ୍ୟ ତଦନ୍ତକାରୀ ଅଧିକାରୀ ସେମିତି କଥାବାର୍ତ୍ତା କରିବେ ଯେପରି ଯାଞ୍ଚ ସମୟରେ କରିଥାନ୍ତି। ପିଇ କାଳରେ ଏକତ୍ର କରାଯାଇଥିବା ସୂଚନାକୁ ତଦନ୍ତ ସ୍ତରରେ ମଧ୍ୟ ଉପଯୋଗ କରାଯାଇପାରେ ବୋଲି ପୀଠ କହିଛନ୍ତି। ଏଣୁ ମାମଲାରେ ପୀଠ ତେଲେଙ୍ଗାନା ହାଇକୋର୍ଟ ଓ.ସୁରେଶ ଓ ତାଙ୍କ ଆଇଆରଏସ ପତ୍ନୀଙ୍କ ଭ୍ରଷ୍ଟାଚାର ପ୍ରସଙ୍ଗରେ ଦେଇଥିବା ରାୟକୁ ରଦ୍ଦ କରିଦେଇଛନ୍ତି।

ତେଲେଙ୍ଗାନା ହାଇକୋର୍ଟ ସରକାରୀ ବାବୁରୁ ରାଜନେତା ହୋଇଥିବା ସୁରେଶ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଗତ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇଙ୍କ ଏତଲା ରଦ୍ଦ କରି ଦେଇଥିଲେ। ଏଥିରେ କୋର୍ଟ ଏଫଆଇଆର ପୂର୍ବରୁ ପ୍ରାରମ୍ଭିକ ଯାଞ୍ଚ ବାଧ୍ୟତାମୂଳକ ବୋଲି କହିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ପୀଠ ଏହା ଅନିବାର୍ଯ୍ୟ ନୁହେଁ ବୋଲି ରାୟ ଦେଇଛନ୍ତି।

   Related Posts