CBI ଜାଲରେ ପଞ୍ଜାବ ବାସମତୀ ରାଇସ୍ ଲିମିଟେଡର ନିର୍ଦ୍ଦେଶକ, ବ୍ୟାଙ୍କକୁ ୩୫୨ କୋଟି ଟଙ୍କା ଠକି ପଳେଇଛନ୍ତି କାନାଡା

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୩।୭: ବ୍ୟାଙ୍କ ଋଣ ଠକି ବିଦେଶ ପଳାଇଥିବା ପଞ୍ଜାବ ବାସମତୀ ରାଇସ୍‌ ଲିମିଟେଡର ନିର୍ଦ୍ଦେଶକ ମଞ୍ଜିତ ସିଂ ମଖନୀ ଶେଷରେ ସିବିଆଇ ଜାଲରେ ଫଶିଛନ୍ତି। ସେ ୨୦୧୮ ମସିହାରେ ଭାରତ ଛାଡିଥିଲେ। ସେପ୍ଟେମ୍ବର ୨୦୧୮ରେ ତାଙ୍କର ପାସପୋର୍ଟ ରଦ୍ଦ କରାଯାଇଥିଲା। ତେବେ ସେ କାନାଡାରେ ଆତ୍ମଗୋପନ କରିଥିବା ଏବେ ସିବିଆକୁ ସୂଚନା ମିଳିଛି।  କ୍ୟାନାରେ ବ୍ୟାଙ୍କ ନେତୃତ୍ୱରେ ୬ ବ୍ୟାଙ୍କଙ୍କ କନସୋର୍ଟିୟମକୁ ମଞ୍ଜିତ ୩୫୨ କୋଟି ଟଙ୍କା ଠକିଥିବା ଗତ ଜୁନ୍‌ ୧ ତାରିଖରେ ସିବିଆଇରେ ଅଭିଯୋଗ ହୋଇଥିଲା।

କ୍ୟାନାରା ବ୍ୟାଙ୍କ  ଅଭିଯୋଗ ଅନୁଯାୟୀ  ସିବିଆଇ ମଞ୍ଜିତ୍  ତାଙ୍କ ପୁଅ କୁଲବିନ୍ଦର ସିଂ ମଖନୀ, ବୋହୂ ଜସମିତ କୌରଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି। ଏହି ବିପୁଳ ବ୍ୟାଙ୍କ ଋଣ ଠକେଇରେ କିଛି ସରକାରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ତେବେ ମଞ୍ଜିତଙ୍କ ପରିବାର ସହ ସମାନେ ମଧ୍ୟ ଫେରାର ହୋଇଯାଇଛନ୍ତି। ବ୍ୟାଙ୍କ ଋଣ ଠକେଇ ନେଇ ବ୍ୟାଙ୍କମାନଙ୍କର କନସୋର୍ଟିୟମ ଆରବିଆଇଙ୍କୁ ସୂଚିତ କରିବାର ପ୍ରାୟ ୧ ବର୍ଷ ପରେ ସିବିଆଇଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ସିବିଆଇ ବ୍ୟାଙ୍କମାନଙ୍କର ଅଭିଯୋଗକୁ ଗ୍ରହଣ କରିଥିବା ବେଳେ ମାମଲାର ତଦନ୍ତ ଜାରି ରଖିଛନ୍ତି। ଫେରାର ଅଭିଯୁକ୍ତମାନେ ଏବେ କାନାଡାରେ ଆତ୍ମଗୋପନ କରିଥିବାର ତଦନ୍ତକାରୀ ସଂସ୍ଥାନ ସ୍ପଷ୍ଟ ହୋଇଛନ୍ତି। ଏଣୁ ସେଠାରେ ସେମାନଙ୍କର ଗିରଫଦାରୀ ସହ ଭାରତ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିଥିବାର ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.