ଅଲଗା କୋଠରୀରେ ରିୟା ବାପା-ମାଙ୍କୁ ସିବିଆଇ ଜେରା, ଏମିତି କିଛି ପ୍ରଶ୍ନ !

Published By : Prameya-News7 Bureau | September 01, 2020 IST

ମୁମ୍ବାଇ ୦୧/୦୯ : ଆଜି ରିୟା ଚକ୍ରବର୍ତୀଙ୍କ ବାପା-ମା ଇନ୍ଦ୍ରଜିତ୍ ଚକ୍ରବର୍ତ୍ତୀ ଓ ସନ୍ଧ୍ୟା ଚକ୍ରବର୍ତୀଙ୍କୁ ସିବିଆଇ ପଚରାଉଚରା କରୁଛି। ସୁଶାନ୍ତ ଅପମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତୀଙ୍କୁ ସିବିଆଇ ଚାରି ଦିନ ଜେରା କରିବା ପରେ ଆଜି ପ୍ରଥମ ଥର ପାର୍ଇ ତାଙ୍କ ବାପାମାଅାଙ୍କୁ ପଚରାୁଚରା କରୁଛି। ଡିଆରଡିଓ ଗେଷ୍ଟ ହାଉସରେ ରିୟାଙ୍କ ବାପା-ମା'ଙ୍କ ବ୍ୟତୀତ ଏକ୍ସ ମ୍ୟାନେଜର୍ ଶ୍ରୁତି ମୋଦିଙ୍କୁ ଦ୍ବିତୀୟ ଥର, ରୋଷେୟା ନୀରଜ ଓ ହାଉସ୍ ହେଲପ୍ କେଶବଙ୍କୁ ମଧ୍ୟ ପଚରାଉଚରା ଚାଲିଛି। ସିବିଆଇ ରିୟା ବାାପା ମା'ଙ୍କୁ ପ୍ରଶ୍ନ ପଚାରିବାର ଏକ ଲମ୍ବା ତାଲିକା ଜାରି କରିଛି।

ରିପୋର୍ଟ ଅନୁସାରେ ସିବିଆଇ ରିୟାଙ୍କ ବାପା-ମା'ଙ୍କୁ ଏହି ପ୍ରଶ୍ନ ପଚାରିପାରେ…

୧. ସୁଶାନ୍ତ ଓ ଆପଣଙ୍କ ସମ୍ପର୍କ କେମିତି ଥିଲା ? ଆପଣ ତାଙ୍କୁ କେତେ ଭଲ ଭାବେ ଜାଣନ୍ତି?
୨. ସୁଶାନ୍ତଙ୍କ ସହ ଆପଣଙ୍କର କେବେ ଓ କେମିତି ଭେଟ ହୋଇଥିଲା?
୩. ସୁଶାନ୍ତ ଓ ରିୟାଙ୍କ ସମ୍ପର୍କ ବାବଦରେ କେବେ ଜାଣିଲେ ଓ ଏହା ଉପରେ ଆପଣଙ୍କ ପ୍ରତିକ୍ରିୟ କ’ଣ ଥିଲା?
୪. ଆପଣଙ୍କୁ ଲାଗୁଛି ସୁଶାନ୍ତ ଡିପ୍ରେସନରେ ଥିଲେ? ଯଦି ହଁ, ତାହେଲେ କେବେ ଜାଣିଲେ?
୫. ରିୟା ସୁଶାନ୍ତଙ୍କ ଘରେ କେବେଠୁ ରହୁଛନ୍ତି?
୬. ସୁଶାନ୍ତଙ୍କ ସହ ଆପଣଙ୍କ ପୁଅ ସୌଭିକର ସମ୍ପର୍କ କେମିତି?
୭. ସୁଶାନ୍ତଙ୍କୁ କେବେ କିଛି ଔଷଧ ଖାଇବାକୁ ପରାମର୍ଶ ଦେଇ ଥିଲେ?
୮. ଯେତେ‌େବେଳେ ଜାଣିଲେ ସୁଶାନ୍ତ ଡ୍ରିପ୍ରେସନରେ ଅଛନ୍ତି ତାଙ୍କ ପରିବାରକୁ ଖବର ଦେଲେ ନାହିଁ କାହିଁକି?
୯. କ’ଣ ସୁଶାନ୍ତ ପରିବାର ସହ କେବେ କଥାବାର୍ତା ହୋଇଥିଲା? କ’ଣ ତାଙ୍କ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ଥିଲେ?
୧୦. ସୁଶାନ୍ତଙ୍କ ସହ କେବେ ପଇସା ନେଣଦେଣ କରିଛନ୍ତି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.