Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଆଜି ହେବ ସୁଶାନ୍ତଙ୍କ ମୃତ୍ୟୁର ପର୍ଦ୍ଦାଫାଶ : ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ପଚରାଉଚୁରା କରିପାରେ ସିବିଆଇ

24/08/2020 at 9:48 AM

ମୁମ୍ବାଇ ୨୪/୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ କରୁଥିବା ସିବିଆଇ ଆଜି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରିପାରେ। ରିୟାଙ୍କ ପରିବାର ଲୋକଙ୍କୁ ପ୍ରଶ୍ନ ପଚରାଯାଇପାରେ। ସିବିଆଇ ରିୟାଙ୍କୁ ୧୦ଟି ପ୍ରଶ୍ନ ପଚାରିପାରେ।

ସିବିଆଇ ଅଫିସର ଜୁନ୍ ୮ରୁ ଜୁନ୍ ୧୪ଯାଏଁ ପୂରା ଘଟଣାର ଖୋଳତାଡ଼ କରୁଛି। ସେମାନେ ଜାଣିବାକୁ ଉଦ୍ୟମ କରୁଛନ୍ତି ଯେ ସୁଶାନ୍ତଙ୍କ ମାନସିକ ସ୍ଥିତି କିପରି ଥିଲା,ଖାସ୍ କରି ରିୟାଙ୍କ ସହ ଶେଷ ସାକ୍ଷାତ ପରେ ତାଙ୍କ ଅବସ୍ଥା କିପରି ଥିଲା? ସିବିଆଇ ଏହା ମଧ୍ୟ ଜାଣିବାକୁ ଉଦ୍ୟମ କରୁଛି ଯେ ରିୟା ଯିବା ପରେ ସୁଶାନ୍ତ କାହା କାହା ସହ କଥା ହୋଇଥିଲେ ଏବଂ ଜୁନ୍ ୧୨ତାରିଖ ପର୍ଯ୍ୟନ୍ତ ଭଉଣୀ ସହ ରହିବାବେଳେ ତାଙ୍କ ବ୍ୟବହାର କିପରି ଥିଲା?

ସିବିଆଇ ରବିବାର ଲଗାତାର ଦ୍ବିତୀୟ ଦିନ ସୁଶାନ୍ତଙ୍କ ଫ୍ଲାଟରେ ଯାଇ ଜୁନ୍ ୧୪ତାରିଖର ସିନ୍ ରି-କ୍ରିଏଟ୍ କରିଥିଲା। ସିବିଆଇ ସେଠାରେ ୩ଘଣ୍ଟା ଯାଏଁ ରହିଥିଲା। ଯାଞ୍ଚ ଏଜେନ୍ସି ସୁଶାନ୍ତଙ୍କ ଫ୍ଲାଟମେଟ ଥିବା ସିଦ୍ଧାର୍ଥ ପିଠାନୀ,କୁକ୍ ନୀରଜ ସିଂହ ଏବଂ ହେଲପର ଦୀପେଶ ସାଓ୍ବନ୍ତଙ୍କୁ ମଧ୍ୟ ଅଣା ଯାଇଥିଲା। ଏହା ପୂର୍ବରୁ ୩ଜଣଙ୍କୁ ଅଲଗା ବସାଯାଇ ପ୍ରଶ୍ନ-ଉତ୍ତର କରାଯାଇଥିଲା। ତାଙ୍କ ବୟାନ ଅଲଗା ହେବାରୁ ସିବିଆଇ ତାଙ୍କୁ ସୁଶାନ୍ତଙ୍କ ଫ୍ଲାଟକୁ ନେଇ ଯାଇଥିଲା।

   Related Posts