ନିଜ ବିଭାଗର ଡିଏସ୍‌ପି ଏବଂ ଇନ୍ସପେକ୍ଟରଙ୍କୁ ଗିରଫ କଲା ସିବିଆଇ, ନେଇଥିଲେ ୫୫ ଲକ୍ଷ ଟଙ୍କା ଲାଞ୍ଚ

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦/୦୧: ନିଜ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ସବିଆଇ। ୫୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଡିଏସ୍‌ପି ଆରକେ ଋଷି ଓ ଇନସ୍‌ପେକ୍ଟର କପିଲ ଧନଖଡ଼ଙ୍କୁ ସବିଆଇ ଗିରଫ କରିଛି । ଏହା ବ୍ୟତୀତ ସିବିଆଇ ଓକିଲ ମନୋହର ମାଲିକଙ୍କୁ ବି ଗିରଫ କରିଥିବା ଜଣାପଡ଼ିଛି।

ଡିଏସପି ଆରକେ ଋୁଷିଙ୍କ ଦେବବନ୍ଦ ଓ ତାଙ୍କ ପତ୍ନୀଙ୍କ ରୁଡକୀ ସ୍ଥିତ ବାସଭବନରେ ବୁଧବାର ଚଢ଼ାଉ କରିଥିଲା ସିବିଆଇ। ଗତ ସପ୍ତାହରେ ସିବିଆଇ ଏକାଡେମୀରେ ମୁତୟନ ହୋଇଥିବା ଏହି ଦୁଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ସିବିଆଇ। ୨୦୧୮ରେ ଏମାନେ ତିନୋଟି କମ୍ପାନୀ ପାଇଁ ବ୍ୟାଙ୍କରେ ଭୁଲ କାଗଜ ପତ୍ର ଦେଇ ଋଣ ଠକିବାରେ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ସିବିଆଇ ୧୪ଟି ସ୍ଥାନରେ ଚଢ଼ାଉ କରିଥିଲା। ଦିଲ୍ଲୀ, ଗ୍ରେଟର ନୋଏଡା, ନୋଏଡା ଓ ଗାଜିଆବାଦରେ ବି ସବିଆଇ ରେଡ୍‌ କରିଥିଲା।

ଏହି ଚଢ଼ାଉ ପରେ ମାମଲାରେ ଡିଏସପି ଆରକେ ଋୁଷି ଓ ଇନ୍ସପେକ୍ଟର କପିଲ ଧନଖଡ଼ଙ୍କ ହାତ ଥିବା ସିବିଆଇ ଜାଣିବାକୁ ପାଇଥିଲା। ଏହା ସହ ଏମାନେ ୫୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ମଧ୍ୟ ଜାଣିଥିଲା। ଅନ୍ୟପଟେ ସିବିଆଇ କାର୍ଯ୍ୟାନୁଷ୍ଠାନ ସୁରୂପ କପିଲ ଧନଖଡ଼, ଷ୍ଟେନୋଗ୍ରାଫର ସମୀର ସିଂହ, ଡିଏସ୍‌ପି ଆରକେ ସାଂଗଓ୍ବାନ ଓ ଡିଏସପି ଆରକେ ଋୁଷିଙ୍କୁ ନିଲମ୍ବିତ କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.