Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ଠକେଇ ମାମଲା : ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

19/09/2019 at 8:51 AM

କଟକ ୧୯।୯: ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ । ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କଲା ସିବିଆଇ । ଭୋରରୁ ଆଶୀର୍ବାଦଙ୍କ ଘରେ ରେଡ୍ କରିଥିଲା ସିବିଆଇ । ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ଆଶୀର୍ବାଦଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିବାର ସୂଚନା ମିଳିଛି ।

ଅର୍ଥତତ୍ତ୍ବ ମାମଲାରେ ଗତ ୨୮ତାରିଖରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ମୋଟ୍ ୩ ଜଣଙ୍କ ନାଁରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତହେଲେ ଖାରବେଳ ନଗର ଥାନା ପାଖରେ ଥିବା ହୋଟେଲ ସୋଲାନ ଇନ୍ ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍  ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା। ଆଗରୁ କମଳାକାନ୍ତ ବି ଜେରାର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍  ସହ ୪ଟି ଅତିରିକ୍ତ ଚାଜସିଟ୍  ଦାଖଲ କରିସାରିଥିବା କୁହାଯାଉଛି। ତେବେ ସିବିଆଇ ଅଧିକାରୀ କହିଛନ୍ତି ଆଶୀର୍ବାଦଙ୍କ ବିରୋଧରେ ରିମାଣ୍ଡ କରଯାଇଛି । ପୂର୍ବରୁ ଚାର୍ଜସିଟ ଦାଖଲ ହୋଇଛି । ଏନବିଡବ୍ଲୁ ଜରିଆରେ ତାଙ୍କୁ ଗିରଫ କରାଯାଇଛି ।

ଅର୍ଥତତ୍ବ ଚିଟଫଣ୍ଡ କମ୍ପାନୀ ସହ ଆଶୀର୍ବାଦ ଏବଂ ଓସିଏ ୧କୋଟି ଟଙ୍କା କାରବାର ମାମଲାରେ ସିବିଆଇ ଚାର୍ଜସିଟ୍ ଦେଇଛି । ଆଶୀର୍ବାଦଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସ ଏବଂ ସମ୍ବିତ କୁମାର ଖୁଣ୍ଟିଆଙ୍କ ବିରୋଧରେ ମାମଲା ରହିଛି । ଏନେଇ ଅଗଷ୍ଟ ୨୦୧୪ରେ ଓସିଏ ଅଫିସ ଏବଂ ଆଶୀର୍ବାଦ ବେହେରାଙ୍କ ଘରେ ସିବିଆଇ ରେଡ୍ କରିଥିଲା । ତାପରେ ସିବିଆଇ ଆଶୀର୍ବାଦଙ୍କୁ ୫ଥର ଜେରା କରିଛି । ଓସିଏ ଷ୍ଟାଫଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଛି । ବେଆଇନ ଅର୍ଥତତ୍ତ୍ବ କମ୍ପାନୀକୁ ଓସିଏ ପ୍ରମୋସନ କରିଥିବା ଚାର୍ଜସିଟ୍  ରେ ରହିଛି । ଓପିଏଲ୍ ଖେଳ ଆୟୋଜନ କରିବା ଲାଗି ଓସିଏକୁ ଅର୍ଥତତ୍ତ୍ବ ଚିଟଫଣ୍ଡ ୧କୋଟି ଟଙ୍କା ଦେଇଥିବା ସିବିଆଇ ଚାର୍ଜସିଟ୍ ରେ ଉଲ୍ଲେଖ କରିଛି । ଯାଞ୍ଚ ସମୟରେ ମିଳିଥିବା ପ୍ରମାଣ ଆଧାରରେ ଆଶୀର୍ବାଦଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି ସିବିଆଇ ।

   Related Posts