Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲାଞ୍ଚ ନେବା ଅଭିଯୋଗରେ ଭାରତୀୟ ଖାଦ୍ୟ ନିଗମର ୪ ଅଧିକାରୀ ଗିରଫ, ୩ କୋଟିରୁ ଅଧିକ ଟଙ୍କା ଜବତ

29/05/2021 at 5:04 PM

ଭୋପାଳ ୨୯/୫: ସିକ୍ୟୁରିଟି କମ୍ପାନୀରୁ ଲାଞ୍ଚ ନେଇଥିବା ଅଭିଯୋଗରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), ଭୋପାଳର ୪ ଅଧିକାରୀ ଏବଂ କର୍ମଚାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)। ଚଢ଼ାଉ ସମୟରେ ଏକ ଲକ୍‌ର ପାଇଛି ସିବିଆଇ। ଏଥିରେ ୩ କୋଟିରୁ ଅଧିକ ଟଙ୍କା ଥିଲା। ନୋଟ୍‌ ଗଣିବା ମେସିନ୍‌ ଏବଂ ଏକ କିଲୋରୁ ଅଧିକ ସୁନା ସିବିଆଇ ଜବତ କରିଛି । ଏହା ସହ ଲାଞ୍ଚ କାରବାରର ହିସାବ ଥିବା ଏକ ଡାଏରୀ ଖୋଜି ପାଇଛି ସିବିଆଇ।

ଡାଏରୀ ମିଳିବା ପରେ ଏଫସିଆଇ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ବଡ଼ ଅଧିକାରୀଙ୍କ ପାଇଁ ଲାଞ୍ଚ ରାଶି ତଳିଆ କର୍ମଚାରୀ ଯୋଗାଡ଼ କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ସିବିଆଇ ଜାଣିପାରିଛି। ଗିରଫ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଭୋପାଳର ମଣ୍ଡଳ ମ୍ୟାନେଜର ହରୀଶ, ଆକାଉଣ୍ଟ ମ୍ୟାନେଜର ଅରୁଣ ଶ୍ରୀବାସ୍ତବ, ସିକ୍ୟୁରିଟି ମ୍ୟାନେଜର ମୋହନ ପରାଡେ ଏବଂ ସହାୟକ ଗ୍ରେଡ୍‌ ଓ୍ବାନ୍‌ କିଶୋର ମୀନା ସାମିଲ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ଖାଦ୍ୟ ନିଗମର ଏକ ଗୋଦାମର ସୁରକ୍ଷା ପାଇଁ ଗୁରୁଗ୍ରାମର ଏକ ସିକ୍ୟୁରିଟି କମ୍ପାନୀକୁ ଠିକା ମିଳିଥିଲା। କିନ୍ତୁ ଏଥିପାଇଁ କମ୍ପାନୀକୁ ଯେଉଁ ଚେକ୍‌ ମିଳିବାର ଥିଲା ତାହାକୁ ପାସ କରିବା ପାଇଁ ଏଫସିଆଇ ଅଧିକାରୀ ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା। ଲାଞ୍ଚ ଦେବାକୁ କମ୍ପାନୀ ଅମସର୍ଥତା ପ୍ରକାଶ କରିବା ପରେ ଅଧିକାରୀମାନେ ଚେକ୍‌ ଦେବାରେ ବିଳମ୍ବ କରିଥିଲେ।

ପ୍ରତି ଚେକ୍‌ ମଞ୍ଜୁର ପାଇଁ ଅଧିକାରୀ ୫ରୁ ୭ ହଜାର ଟଙ୍କା ଦାବି କରିଥିବା ନେଇ ସିବିଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲା ସିକ୍ୟୁରିଟି କମ୍ପାନୀ। ଅଭିଯୋଗ ପାଇବା ପ​‌ରେ ସିବିଆଇ ଯାଞ୍ଚ ଆରମ୍ଭ କରିଥିଲା। ଏହି ମାମଲାରେ ପ୍ରଥମେ କିଶୋର ମୀନାଙ୍କୁ ଗିରଫ କରିଥିଲା ସିବିଆଇ । ପରେ ପରେ ସମସ୍ତ ମାମଲା ସାମ୍ନାକୁ ଆସିଥିଲା। ଶନିବାର ଅନ୍ୟ ୩ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି।

   Related Posts