ବଦମାସ ଇଂଜିନିୟର : ଶିଶୁଙ୍କ ଅଶ୍ଳୀଳ ଭିଡିଓ କିଣି କରୁଥିଲା ବ୍ୟବସାୟ, ୨ଜଣଙ୍କୁ କାବୁ କଲା CBI

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦/୦୧ : ସୋସିଆଲ ମିଡିଆ ବର୍ତ୍ତମାନ ସମୟରେ ବିଶ୍ବବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ହୋଇଗଲାଣି । ଅନେକ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତଥା, ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ ଇତ୍ୟାଦି ଭଳି ବିଷୟବସ୍ତୁ ବିଷୟରେ ଜାଣିବା ପାଇଁ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଛି । କିନ୍ତୁ ଅନ୍ୟପଟେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମର ଦୂରୁପଯୋଗ ମଧ୍ୟ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ।

ଏହି ପରି ଏକ ଘଟଣାକ୍ରମରେ ସିବିଆଇ, ସୋସିଆଲ ମିଡିଆରେ ଛୋଟ ଛୋଟ ଶିଶୁମାନଙ୍କର ଯୌନ ଶୋଷଣ ସହ ଜଡିତ ଅଶ୍ଳୀଳ ସାମଗ୍ରୀ କାରବାର କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଇଂଜିନୟର ମଧ୍ୟ ସାମିଲ ଅଛନ୍ତି । ସୂଚନା ଅନୁସାରେ ୨ ଅଭିଯୁକ୍ତ, ଛୋଟ ଛୋଟ ଶିଶୁମାନଙ୍କ ସହ ଜଡିତ କିଛି ଅଶ୍ଳୀଳ ସାମଗ୍ରୀ ସୋସିଆଲ ମିଡିଆରେ କିଣାବିକା କାମ କରୁଥିଲେ ।

କୌଣସି ସୂତ୍ରରୁ ଖବର ପାଇଁ ସିବିଆଇ ଘଟଣାରେ ସଂପୃକ୍ତ ୨ ବ୍ୟକ୍ତି ନୀରଜ ଯାଦବ ଏବଂ କୁଲଜୀତ ସିଂହକୁ ଗିରଫ କରିଛି । ଏହା ସହ ସିବିଆଇ କହିଛି ଯେ, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପକ୍ସୋ ଧାରା ଏବଂ ଆଇଟି ଧାରା ଲଗାଯାଇଛି ।

ସିବିଆଇ କହିବା ଅନୁଯାୟୀ ଅଭିଯୁକ୍ତମାନେ ଶିଶୁମାନଙ୍କର ଯୌନ ଶୋଷଣ ସହ ଜଡିତ ବହୁ ପରିମାଣର ଭିଡିଓ, ଫଟୋ ଏବଂ ଅଶ୍ଳୀଳ ସାମଗ୍ରୀ ସଂଗ୍ରହ କରି କ୍ଲାଉଡ୍ ଆଧାରିତ ୱେବସାଇଟରେ ରଖିଥିଲେ ।  ଅଭିଯୁକ୍ତମାନେ ଏହି ଅଶ୍ଳୀଳ ଭିଡିଓଗୁଡ଼ିକୁ ପେଟିଏମ୍ ଆପ୍ ମାଧ୍ୟମରେ କିଣିଥିଲେ । ଭିଡିଓ କିଣିବା ପରେ ଅଭିଯୁକ୍ତ ଏହି ଅଶ୍ଳୀଳ ସାମଗ୍ରୀ ବିକ୍ରି ପାଇଁ ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିଥିଲେ । ଏହାଗୁଡିକୁ ବିକ୍ରୟ କରିବା ପାଇଁ ଏକ ବିଜ୍ଞାପନ ମଧ୍ୟ ଜାରି କରାଯାଇଥିଲା । ସୂଚନାନୁସାରେ, ଅଭିଯୁକ୍ତମାନେ ଗତ ୨ ବର୍ଷ ହେଲା ଇନଷ୍ଟାଗ୍ରାମ ଏବଂ ଟେଲିଗ୍ରାମରେ ଏହି ବ୍ୟବସାୟ କରିଆସୁଥିଲେ, ବର୍ତ୍ତମାନ ସିବିଆଇ ଉଭୟଙ୍କୁ ଗିରଫ କରି ଜେଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.