Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ସଇତାନ ଜେଇର କଳାକାରନାମା : ୫୦ ପିଲାଙ୍କ ସହ କଲା ଘୃଣିତ କାମ ! ପର୍ଣ୍ଣ ସାଇଟ୍‌ରେ ବିକୁଥିଲା ଭିଡିଓ, ଧରିଲା ସିବିଆଇ

17/11/2020 at 6:56 PM

ନୂଆଦିଲ୍ଲୀ ୧୭।୧୧: ସଇତାନ ଜେଇର କଳାକାରନାମା ଉପରୁ ହଟିଲା ପରଦା। ସିବିଆଇ ହାତରେ ଧରା ପଡିଲା ଅଭିଯୁକ୍ତ ଜେଇ। ଉତ୍ତର ପ୍ରଦେଶର ଜଳସେଚନ ବିଭାଗରେ କାର୍ଯ୍ୟରତ ଜଣେ ଜୁନିୟର ଇଞ୍ଜିନିୟରଙ୍କୁ ସିବିଆଇ ଗିରଫ କରିଛି। ଅଧିକାରୀ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ଅଫିସର କହିଛନ୍ତି, ଉକ୍ତ ଜେଇ ୧୦ ବର୍ଷ ଧରି ନାବାଳିକାଙ୍କ ଯୌନ ଉତ୍ପୀଡନ କରି ଆସୁଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ଏହି ଘୃଣିତ କାର୍ଯ୍ୟର ଭିଡିଓ ମଧ୍ୟ ପ୍ରସ୍ତୁତ କରୁଥିଲା। ପୁଣି ଏହାର ଫଟୋ ଓ ଭିଡିଓକୁ ଦୁନିଆରେ ଚାଲୁଥିବା ପର୍ଣ୍ଣ ସାଇଟ୍‌କୁ ବିକ୍ରି କରୁଥିଲା।

ଅଧିକାରୀଙ୍କ କହିବା କଥା ଅଭିଯୁକ୍ତ ଜେଇ ପ୍ରାୟ ୫୦ ଜଣଙ୍କୁ ନିଜର ଶିକାର କରିଛି। ଏହି ପିଲାଙ୍କ ବୟସ ୫ରୁ ୧୬ ବର୍ଷ ମଧ୍ୟରେ ରହିଛି। ପୀଡିତ ପିଲାମାନେ ବାନ୍ଦା, ଚିତ୍ରକୂଟ ଓ ହମୀରପୁରର ବାସିନ୍ଦା। ଅଭିଯୁକ୍ତ ଜେଇକୁ ବାନ୍ଦାରୁ ଗିରଫ କରାଯାଇଛି ଏବଂ ଶୀଘ୍ର ତାଙ୍କୁ କୋର୍ଟରେ ହଜାର କରାଯାଇପାରେ।

ତଲାସି ଅଭିଯାନରେ ସିବିଆଇକୁ ଆଠ ମୋବାଇଲ ଫୋନ, ନଗଦ ଆଠ ଲକ୍ଷ ଟଙ୍କା, ସେକ୍ସ ଟଏଜ, ଲ୍ୟାପଟପ୍ ସହିତ ଅନେକ ଯୌନ ଉତ୍ପୀଡନ କରାଯାଉଥିବା ସାମଗ୍ରୀ ମିଳିଛି। ଅଭିଯୁକ୍ତ ସିବିଆଇ ଅଧିକାରୀଙ୍କୁ କହିଛି ଯେ, ସେ ୧୦ ବର୍ଷ ଧରି ନିଜର କଳା ସାମ୍ରାଜ୍ୟ ଚଳାଇ ଆସୁଥିଲା। ମୁଖ୍ୟତଃ ସେ ପିଲାଙ୍କ ଯୌନ ଉତ୍ପୀଡନ ସମ୍ବନ୍ଧିତ ସାମଗ୍ରୀକୁ ପୂରା ଦୁନିଆରେ ସଞ୍ଚାଳିତ ପର୍ଣ୍ଣ ସାଇଟ୍ସରେ ବିକ୍ରି କରୁଥିଲା। ଜେରା ବେଳେ ଅଭିଯୁକ୍ତ ଏହା ମଧ୍ୟ କହିଛି ଯେ, ଏହି ଘୃଣିତ କାମ ଲୁଚାଇବା ପାଇଁ ସେ ପୀଡିତ ପିଲାଙ୍କୁ ଟଙ୍କା, ଇଲେକ୍ଟ୍ରୋନିକ୍ସ ଉପକରଣ ସମେତ ଅନେକ ଜିନିଷ ମଧ୍ୟ ଦେଉଥିଲା।

   Related Posts