Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଲାଞ୍ଚଟଙ୍କା ରାସ୍ତାରେ ଛାଡି ଦୌଡି ପଳାଉଥିଲେ ଆୟକର ଅଧିକାରୀ , ମାଡିବସିଲା CBI

9/04/2021 at 10:14 PM

ନୂଆଦିଲ୍ଲୀ ୯।୪: ସିନେମା ଶୈଳୀରେ ଜଣେ ଆୟକର ବିଭାଗ ଅଧିକାରୀଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ କାବୁ କରିଛି ସିବିଆଇ। ଲାଞ୍ଚ ବାବଦେ ୫ ଲକ୍ଷଟଙ୍କା ନେଇ ଆୟକର ବାବୁ ଯାଉଥିବା ବେଳେ ସିବିଆଇ ହାବୁଡ ହୋଇଯାଇଥିଲା। ଅଧିକାରୀ ଜଣକ ଟଙ୍କା ଫିଙ୍ଗି ଦଉଡି ପଳାଉଥିବା ବେଳେ ସିବିଆଇ ଅଧିକାରୀ ତାଙ୍କୁ ଗୋଡେଇ ଗୋଡେଇ କାବୁ କରିବା କଥା ଶୁକ୍ରବାର ଦିଲ୍ଲୀରେ ସିବିଆଇ  କହିଛି। 

ଘଟଣାଟି ଗୁରୁବାର ବିଳମ୍ବିତ ରାତ୍ରିରେ ମୁମ୍ବାଇରେ ହୋଇଥିଲା। ପୂର୍ବ ଗୋରଗାଓଁରେ ଆୟକର ଅଧିକାରୀ ଆଶିଷ କୁମାର ଲାଞ୍ଚ ଟଙ୍କା ନେଇ ଫେରୁଥିବା ବେଳେ ସିବିଆଇ ଅଧିକାରୀଙ୍କ ସାମ୍ନାସାମ୍ନି ହୋଇଥିଲେ। ଆଖି ଆଗରେ ସିବିଆଇକୁ ଦେଖି ଆଶିଷ କୁମାର ଟଙ୍କା ଫିଙ୍ଗି ଦୌଡି ପଳାଇଥିଲେ। ତେବେ ସିବିଆଇ ଅଧିକାରୀମାନେ ତାଙ୍କୁ ପ୍ରାୟ ୧ କିଲୋମିଟର ରାସ୍ତାରେ ଗୋଡେଇ ଗୋଡେଇ କାବୁ କରିଛନ୍ତି। 

ନିକଟରେ ଆୟକର ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। ଏଥିରେ ଆୟକର ଅଧିକାରୀ ଦିଲ୍ଲୀପ କୁମାର, ଆଶିଷ କୁମାର ଓ ଏସ୍.ଏନ୍. ରାୟ ଚଢଉ କରିଥିବା ପ୍ରତିଷ୍ଠାନଙ୍କୁ ଟଙ୍କା ବଦଳରେ ମାମଲା ସମାଧାନ କରିଦେବେ ବୋଲି କହିଥିଲେ। ସେମାନେ ପ୍ରତ୍ୟେକ ୫ଲକ୍ଷ ଟଙ୍କା ଲେଖାଏଁ ନେବେ ବୋଲି ଚୁକ୍ତି କରିଥିଲେ। ଏ ନେଇ ସିବିଆଇରେ ଅଭିଯୋଗ ହୋଇଥିଲା। 

ଆୟକର ଅଧିକାରୀ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ଆଧାରରେ ସିବିଆଇ ପକ୍ଷରୁ ଜାଲ ବିଛାଯାଇଥିଲା।  ଏଥିରେ  ଆଶିଷ କୁମାର ଟଙ୍କା ନେବାକୁ ଆସି ଧରାପଡିଛି। ସିବିଆଇ ଅନୁସାରେ ଗିରଫ ୩ ଜଣ ଆୟକର ଅଧିକାରୀ ବେଲାର୍ଡ ପିୟର କାର୍ଯ୍ୟାଳୟରେ ଅବସ୍ଥାପିତ ଅଛନ୍ତି। ତେବେ ସେମାନେ ପ୍ରତ୍ୟେକ ୫ଲକ୍ଷ ଟଙ୍କା ଲେଖାଏଁ ପୃଥକପୃଥକ ଦାବି କରିଥିଲେ। ଏଥିରେ ଆଶିଷ କୁମାର ଗୋରଗାଓଁ ଡିଣ୍ଡୋସୀ ଫାୟାର ଷ୍ଟେସନ ସମ୍ମୁଖରେ କାରରୁ ଆସି ଲାଞ୍ଚ ଟଙ୍କା ନେଇ ଯିବ ବୋଲି କହିଥିଲା।

ସେହି ଅନୁସାରେ କାରରେ ଟଙ୍କା ପହଞ୍ଚିଥିବା ବେଳେ ଆଶିଷ କୁମାର ଟଙ୍କା ସଂଗ୍ରହ କରି ବାହାରକୁ ବାହାରିବା ମାତ୍ରେ ସିବିଆଇ ଅଧିକାରୀଙ୍କ ହାବୁଡରେ ପଡିଥିଲେ। ସିବିଆଇ ଅଧିକାରୀଙ୍କୁ ସାମ୍ନାରେ ଦେଖି ସେ ଟଙ୍କା ଫିଙ୍ଗି ଦୌଡି ପଳାଉଥିଲା। ଏଥିରେ ସିବିଆଇ ଅଧିକାରୀ ବିନିତ ଜୈନ୍‌  ଟ୍ରାଫିକ ଭିଡରେ ଆଶିଷକୁ ଗୋଡେଗୋଡେଇ ରାସ୍ତା ଉପରେ ମାଡିବସିଥିଲେ।

   Related Posts