ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

ସିବିଆଇ ବିବାଦ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ସହ ସମସ୍ତ ରାଜ୍ୟର ସିବିଆଇ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

26/10/2018 at 1:33 PM

ନୂଆଦିଲ୍ଲୀ ୨୬|୧୦: ରାତି ଅଧିଆ କାର୍ଯ୍ୟାନୁଷ୍ଠାନରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ କ୍ଷମତାଚ୍ୟୁତ କରି ଅଡୁଆରେ ପଡିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟ ଆଗରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଦିଲ୍ଲୀ ସମେତ ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କଂଗ୍ରେସ ଅଧ୍ୟକ୍ଷ ରାହୁ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା କରାଯାଇଛି ।ଏଥିରେ ବହୁ କଂଗ୍ରେସ ନେତା ସାମିଲ ହୋଇଛନ୍ତି । କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ସିବିଆଇ ମୁଖ୍ୟାଳୟ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିବିଆଇରେ ଯେଉଁ ଅନ୍ତଃକନ୍ଦଳ ଚାଲିଛି ତାକୁ ରାଜନୈତିକ ମୋଡ ଦେଇ ଆକ୍ରମଣାତ୍ମକ ପନ୍ଥା ଆପଣାଇଛି କଂଗ୍ରେସ । ତାହାକୁ ନେଇ ପ୍ରତିବାଦ ମଧ୍ୟ କରୁଛି କଂଗ୍ରେସ ।  କଂଗ୍ରେସ ସହ ଏହି ପ୍ରତିବାଦରେ ଟିଏମସି ମଧ୍ୟ ସାମିଲ ହୋଇଛି । ଟିଏମସି ସାଂସଦ ମଧ୍ୟ ଏହି ପ୍ରତିବାଦ ସଭାରେ ଉପସ୍ଥିତ ରହିଛନ୍ତି । ଆଲୋକ ବର୍ମାଙ୍କୁ ତାଙ୍କ ପଦକୁ ଫେରାଇ ନେବା ସହ ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ନେଇ ପଦରୁ ବାହାର କରାଯାଇଥିବାରୁ ତାକୁ ନେଇ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି ହେଉଛି ।

ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ସିବିଆଇ କାର୍ଯ୍ୟାଳୟ ମାନଙ୍କରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେମଧ୍ୟ ପ୍ରଦେଶ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି ।  ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ତ୍ବରେ ବିକ୍ଷୋଭ ସଭାର ଆୟୋଜନ କରାଯାଇଛି । ଏଥିରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ସେପଟେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଜାରି କରି କହିଛନ୍ତି, ନିର୍ଦ୍ଦେଶକ ଆଲୋକ ବର୍ମା କିମ୍ବା ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସେମାନଙ୍କ ପଦରୁ ହଟାଯାଇନାହିଁ। ସେମାନେ ଏବେ ବି ସେମାନଙ୍କ ପଦରେ ଅଛନ୍ତି। କେବଳ ସେମାନଙ୍କଠାରୁ କ୍ଷମତା ଛଡ଼ାଇ ନିଆଯାଇଛି ଏବଂ ଛୁଟିରେ ପଠାଇ ଦିଆଯାଇଛି । ଲାଞ୍ଚ ମାମଲାରେ ସିଭିସି ତଦନ୍ତ ଶେଷ ନ ହେବା ଯାଏ ସେମାନେ ଅଫିସରେ ଯୋଗଦେବେ ନାହିଁ ବୋଲି କେନ୍ଦ୍ର ସରକାର ସଫେଇ ଦେଇଛନ୍ତି ।

   Related Posts