ନ୍ୟୁଜ7 ପ୍ରଭାବ : ଆନ୍ଧ୍ର ସିନେମାରୁ ହଟିବ ମିଛ ତଥ୍ୟ

Published By : Prameya-News7 Bureau | September 30, 2019 IST

ମୁମ୍ବାଇ ୩୦/୯: ନ୍ୟୁଜ୭ ଖବରର ବଡ଼ ପ୍ରଭାବ । ପାଇକ ସ୍ୱାଭିମାନ ଲଢେଇରେ ଓଡ଼ିଶାର ବିଜୟ । ଆନ୍ଧ୍ର ଫିଲ୍ମ ଶୈରା ନରସିହ୍ମା ରେଡ୍ଡିରୁ ହଟିବ ମିଛ ତଥ୍ୟ । ୧୮୪୬ ମସିହାର କୃଷକ ଆନ୍ଦୋଳନକୁ ଏହି ଫିଲ୍ମରେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦର୍ଶାଯିବା ମହଙ୍ଗା ପଡିଛି । କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ- ସିବିଏଫ୍ ସି, ଫିଲ୍ମ ଉପରେ କଇଁଚି ଚଲାଇବାକୁ ନିର୍ଦ୍ଦେଶ ଦେଇଛି । ୧୮୧୭ ମସିହାର ଓଡ଼ିଶାର ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ସାରା ଦେଶ ଜାଣିବା ପରେ ମଧ୍ୟ ଶୈରା ନରସିହ୍ମା ରେଡ୍ଡି ଚଳଚ୍ଚିତ୍ରରେ ୧୮୪୬ମସିହାରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ହୋଇଥିବା କୃଷକ ଆନ୍ଦୋଳନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦେଖାଯାଇଛି ।

ତେଣୁ ଫିଲ୍ମରୁ 'ପ୍ରଥମ' ଶବ୍ଦଟିକୁ କାଟିବା ପାଇଁ ନିର୍ଦ୍ଦେଶ ଦେଇଛି ସିବିଏଫ୍ ସି । ଅକ୍ଟୋବର ୨ତାରିଖରେ ଏହି ଚଳଚିତ୍ରଟି ତେଲୁଗୁ, ତାମିଲ, ମାଲାୟାଲାମ ଓ ହିନ୍ଦୀ ଭାଷାରେ ମୁକ୍ତି ଲାଭ କରିବ । ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଦେଶର ପ୍ରଥମ ଗଣବିପ୍ଳବ ହୋଇଥିବା ସତ୍ବେ ସଂପୃକ୍ତ ଫିଲ୍ମରେ କୃଷକ ଆନ୍ଦୋଳନକୁ କିଭଳି ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବରେ ଦେଖାଗଲା ସେନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ନ୍ୟୁଜ୭ରେ ଲଗାତର ଖବର ପ୍ରକାଶ ପାଇବା ପରେ ଏବେ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ ଏବେ ଫିଲ୍ମ ଉପରେ କଇଁଚି ଚଲାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.