ସୁଶୀଲ କୁମାରଙ୍କୁ ସାହାଯ୍ୟ କରିବାକୁ ଯାଇ ଫସିଲେ ସ୍କୁଟି ବାଲୀ, କ୍ରାଇମବ୍ରାଞ୍ଚ କରିବ ପଚରାଉଚରା

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ ୫।୬: ଛତ୍ରସାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧାଙ୍କ ହତ୍ୟା ମାମଲାରେ ରହସ୍ୟମୟୀ ଯୁବତୀ ଦିଲ୍ଲୀ ପୋଲିସର ରାଡାରରେ ଆସିଛି । ଦିଲ୍ଲୀ ପୋଲିସ ସେହି ଯୁବତୀଙ୍କୁ ପଚରାଉଚରା ପାଇଁ ଡାକିବ ଯାହାର ସ୍କୁଟି କୁସ୍ତିଯୋଦ୍ଧା ସୁଶୀଲ କୁମାର ବ୍ୟବହାର କରୁଥିଲେ । ଗିରଫ ହେବା ସମୟରେ ସୁଶୀଲ ଏବଂ ତାଙ୍କ ସାଙ୍ଗ ଏହି ସ୍କୁଟିରେ ମୁଣ୍ଡକା ଅଞ୍ଚଳରେ ବୁଲୁଥିଲେ ।

ସୁଶୀଲ କୁମାର ଗିରଫ ହେବା ପରଠାରୁ ସ୍କୁଟି ପୋଲିସ ହେପାଜତରେ ରହିଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଜାଣିବାକୁ ଚାହୁଁଛି ଯେ ସ୍କୁଟି ଯୁବତୀ ଏବଂ କୁସ୍ତିଯୋଦ୍ଧାଙ୍କ ସହିତ କ’ଣ ସମ୍ପର୍କ ? ଜଣେ ବରିଷ୍ଠ ପୋଲିସ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ମହିଳାଙ୍କୁ ପଚରାଉଚରା ପାଇଁ ଡକାଯିବ ।

କୁହାଯାଉଛି ଯେ, ଏହି ସ୍କୁଟି ସୁଶୀଲଙ୍କ ମହିଳା ବନ୍ଧୁଙ୍କର ଥିଲା ଯିଏ ଜାତୀୟ ସ୍ତରର ହ୍ୟାଣ୍ଡବଲ୍ ଖେଳାଳି । ମାମଲାର ଯାଞ୍ଚ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପ୍ରମାଣ ପାଇବା ପରେ ମହିଳା ଖେଳାଳିଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯିବ ।

ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀମାନେ ସମ୍ପତ୍ତି ବିବାଦକୁ ନେଇ ଷ୍ଟାଡିୟମରେ ସାଗର ଧନଖଡ ଏବଂ ତାଙ୍କର ଦୁଇ ବନ୍ଧୁ ସୋନୁ ମହଲ ଏବଂ ଅମିତ କୁମାରଙ୍କୁ ଆକ୍ରମଣ କରିଥିଲେ । ପରେ ଧନଖଡଙ୍କ ମୃତ୍ୟୁ ହୋଇଥିଲା । ସୁଶୀଲ କୁମାର ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ମେ’ ୨୩ରେ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.