ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା : ଗିରଫ ବହିଷ୍କୃତ ଆଇଆଇସିଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | July 03, 2020 IST

ରାଉରକେଲା ୩।୭: ରିମାଣ୍ଡରେ ଗଲେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ମାଝୀ । ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାରେ ଅଭିଯୁକ୍ତ ଆନନ୍ଦ ମାଝୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତାଙ୍କର ଜାମିନ୍ ଆବେଦନ ଖାରଜ କରିବା ସହ ୪ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ କୋର୍ଟ ।

{"id":295172,"sizeSlug":"large"}

ବୁଧବାର ଅନୁଗୋଳ ଜଙ୍ଗଲରୁ ବହିଷ୍କୃତ ଆଇଆଇସିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଗୁରୁବାର ରାଉରକେଲା ଏସପିଙ୍କ କାର୍ଯ୍ୟାଳୟରେ ମାରାଥନ ପଚରାଉଚରା ସହ ଜେରା କରାଯାଇଥିଲା । ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଉଥିବା ବେଳେ ନ୍ୟୁଜ୍ ସେଭେନ୍ ଖବର ପ୍ରସାରଣ କରିବା ପରେ ଆଇଆଇସିଙ୍କ କାରନାମା ସାମ୍ନାକୁ ଆସିଥିଲା ।

{"id":295173,"sizeSlug":"large"}

ଗୁରୁବାର ଅପରାହ୍ନରେ ଗିରଫ ଆନନ୍ଦ ମାଝୀକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିଲା  । ପରେ ରାଉରକେଲା କୋଭିଡ୍ ହସ୍ପିଟାଲରେ କୋଭିଡ୍ ପରୀକ୍ଷା ପାଇଁ ସ୍ବାବ୍ ନମୁନା ଦେବା ପରେ ସୁନ୍ଦରଗଡ ପକ୍ସୋ ଅଦାଲତରେ ରାତି ପ୍ରାୟ ୮ଟାରେ  ହାଜର କରାଇଥିଲା କ୍ରାଇମବ୍ରାଞ୍ଚ । ବିଚାରପତିଙ୍କ ନିର୍ଦ୍ଦଶରେ ପୁର୍ନବାର ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ଅଭିଯୁକ୍ତ ଆନନ୍ଦ ମାଝୀକୁ  ଡାକ୍ତରୀ ମାଇନା କରାଯାଇଥିଲା । ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା  । ମାତ୍ର ୪ଦିନ ଦିନ ରିମାଣ୍ଡ ଅନୁମତି ମିଳିଛି। ଅଭିଯୁକ୍ତକୁ ୪ଦିନ ଜେରା କରିବା ପରେ ଆସନ୍ତା ୬ ତାରିଖରେ ସୁନ୍ଦରଗଡ ପକ୍ସୋ କୋର୍ଟରେ ପୁର୍ନବାର ହାଜର କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.