ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ; ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ବିରୋଧରେ ଚୂଡାନ୍ତ ଚାର୍ଜସିଟ୍, ଏବେବି ସୌମ୍ୟ ପରିବାରକୁ ଆସୁଛି ହତ୍ୟା ଧମକ

Published By : Prameya-News7 Bureau | January 31, 2019 IST

ପାଟଣାଗଡ ୩୧|୧:  ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଚୂଡାନ୍ତ ଚାର୍ଜସିଟ୍ ଦାଖଲ ହୋଇଛି । ପାଟଣାଗଡ ଏସଡିଜେଏମ୍ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ୬୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛନ୍ତି କ୍ରାଇମବ୍ରାଞ୍ଚର ଉଚ୍ଚ ଅଧିକାରୀ ।ସେପଟେ ଘଟଣାକୁ ୧୧ ମାସ ବିତିଯାଇଥିବାରୁ ତୁରନ୍ତ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୃତ ସୌମ୍ୟ ଶେଖରଙ୍କ ମା । 

{"id":80207}

ପାଟଣାଗଡ଼ ପାର୍ସଲ ବୋମା  ବିସ୍ଫୋରଣ ଘଟଣାର  ଚୂଡାନ୍ତ ଚାର୍ଜ ସିଟ୍ ଦାଖଲ ହୋଇଛି । ୭୬ ଜଣ ସାକ୍ଷୀଙ୍କ  ଆଧାରରେ ୬୫ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ପୁଞ୍ଜିଲାଲଙ୍କ ସାଇକୋଆନାଲିସିସ୍ ଟେଷ୍ଟ ରିପୋର୍ଟ, ଗୁଜୁରାଟର ଗାନ୍ଧୀନଗରୁ ଆସିଥିବା କେମିକାଲ ଆନାଲିସିସ୍ ରିପୋର୍ଟ ଓ ଭୁବନେଶ୍ବର ଫରେନସିକ୍ ଲାବୋରାଟୋରୀର ବୋମା ବିସ୍ଫୋରଣକୁ ନେଇ କ୍ରାଇମବ୍ରାଞ୍ଚ କରିଥିବା ଡେମୋର ଭିଡିଓଗ୍ରାଫି ପରୀକ୍ଷା ରିପୋର୍ଟକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚାର୍ଜସିଟ୍ । 

{"id":80208}

ଚାର୍ଜସିଟ୍ ରେ ଟିଆଇ ପରେଡ୍ ରେ ପୁଞ୍ଜିଲାଲଙ୍କୁ ଚିହ୍ନିଥିବା ବ୍ୟକ୍ତି ସ୍ବୀକାରୋକ୍ତି ମଧ୍ୟ ସ୍ଥାନ ପାଇଛି । ତେବେ ପୁଞ୍ଜିଲାଲଙ୍କୁ ରାୟପୁରର ପାର୍ସଲ ଅଫିସ୍ ରେ ପହଞ୍ଚାଇଥିବା ଟେମ୍ପୋ ଓ ରିକ୍ସା ଚାଳକଙ୍କୁ ଠାବ କରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇପାରିନାହିଁ ।

{"id":80209}

୨୦୧୮ ଫେବ୍ରୁଆରୀ ୧୮ତାରିଖରେ ପାଟଣାଗଡର ସୌମ୍ୟ ଶେଖର ସାହୁ ଓ ରୀମା ସାହୁଙ୍କ ବାହାଘର ହୋଇଥିଲା । ବାହାଘରର ୫ ଦିନ ପରେ ତାଙ୍କ ଘରକୁ ଏକ ପାର୍ସଲ ଆସିଥିଲା । ଯାହାକୁ ଖୋଲିବା ପରେ ଏକ ବଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଓ ତାଙ୍କ ଜେଜେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ରୀମା ଗୁରୁତର ହୋଇଥଲେ ।

{"id":80210}

ଘଟଣାକୁ ୧୧ ମାସ ବିତିଥିବା ବେଳେ ତୁରନ୍ତ ନ୍ୟାୟ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୃତ ସୌମ୍ୟ ଶେଖରଙ୍କ ମା । ସେପଟେ ଧମକପୂର୍ଣ୍ଣ ମେସେଜ୍ ପାଇ ମୃତକଙ୍କ ପରିବାର ବି ଆତଙ୍କିତ ଅବସ୍ଥାରେ । ତେଣୁ ତାଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସେ ।

ଫେବ୍ରୁଆରୀ ୨ରୁ ମାମଲାର ଶୁଣାଣି ହେବ । ଦେଖାଯାଉ ପୁଞ୍ଜିଲାଲକୁ ଦଣ୍ଡ ଦେବା ପାଇଁ କ୍ରାଇମବ୍ରାଞ୍ଚ ଦେଇଥିବା ତଥ୍ୟ ପ୍ରମାଣ ଯଥେଷ୍ଟ ନା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.