Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହୋଇପାରିଲାନି ବେଲ୍: ଜେଲ୍ ଗଲେ ଷ୍ଟାର ସନ୍ସ ଆର୍ଯ୍ୟନ, ମନରେ ରହିଗଲା ମାଆଙ୍କ ଜନ୍ମଦିନ ସେଲିବ୍ରେସନ୍

8/10/2021 at 2:50 PM

ମୁମ୍ୱାଇ ୦୮/୧୦: ବଲିଉଡର ବାଦଶାହ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଲାନି ବେଲ୍ । ଶେଷରେ ଜେଲ୍‌ ଗଲେ ଷ୍ଟାର ସନ୍‌ । ମୁମ୍ବାଇର ଜିଲ୍ଲା କୋର୍ଟରେ ଜାମିନ୍‌ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି । ମୁମ୍ବାଇର ଆର୍ଥର ରୋଡ ଜେଲ୍‌ ଯାଇଛନ୍ତି ଆର୍ଯ୍ୟନ୍‌ ଖାନ୍ । ହସ୍ପିଟାଲରେ ଆର୍ଯ୍ୟନ୍‌ଙ୍କ କୋଭିଡ଼ ଟେଷ୍ଟ ଓ ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି ।

ପରେ ଏନ୍‌ସିବି ହେପାଜତରୁ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ଆର୍ଯ୍ୟନ୍‌ ଖାନ୍‌ । ଆର୍ଯ୍ୟନ୍ ଖାନ୍ ଗତ ୭ ଦିନ ଧରି ଏନସିବି ହେପାଜତରେ ଅଛନ୍ତି । ମୁମ୍ବାଇରୁ ଗୋଆ ଯିବାକୁ ଥିବା ଏକ କ୍ରୁଜ୍ ଜାହାଜରେ ଚାଲୁଥିବା ଡ୍ରଗ୍ ପାର୍ଟିର ସାମିଲ ଥିବାରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଗିରଫ କରିଥିଲା । ଅକ୍ଟୋବର ୨ ଶନିବାର ଦିନ ତାଙ୍କୁ ଏନସିବି ଗିରଫ କରିଥିଲା। ତେବେ ଆର୍ଯ୍ୟନ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ ବୋଲି କୁହାଯାଇଥିଲା ।

ସେପଟେ ଆଜି ମାଆ ଗୌରୀ ଖାନଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ଶାହାରୁଖ ଏବଂ ଗୌରୀ ନିଜ ପୁଅକୁ ଯଥାଶୀଘ୍ର ନିଜ ଘରେ ଦେଖିବାକୁ ଚାହୁଁଥିଲେ । ଏଥି ସହିତ ବଲିଉଡର ସେଲିବ୍ରେଟମାନେ ଖୋଲାଖୋଲି ଭାବେ ଶାହାରୁଖ ଏବଂ ଆର୍ଯ୍ୟନଙ୍କୁ ସମର୍ଥନ କରୁଥିଲେ। ସମ୍ପ୍ରତି, ହ୍ରିତିକ ଆର୍ଯ୍ୟଙ୍କ ପାଇଁ ଏକ ଲମ୍ବା ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେଲିବ୍ରିଟିମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

   Related Posts