ସେୟାର ବଜାରରେ ଅହେତୁକ ହ୍ରାସ, କଣ ହୋଇପାରେ କାରଣ ?
26/02/2021 at 3:01 PM

ମୁମ୍ୱାଇ, ୨୬/୦୨: ଆନ୍ତର୍ଜାତୀୟ ବଜାରରେ ସଙ୍କଟ କାରଣରୁ ସପ୍ତାହର ଶେଷ ଦିନରେ ସେୟାର ବଜାରରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଛି । ସକାଳ ସମୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସେନ୍ସେକ୍ସରେ ୭୮୩ ଅଙ୍କର ହ୍ରାସ ସହିତ ୫୦,୨୫୬.୭୧ ପଏଣ୍ଟ୍ରେ ଖୋଲିଥିଲା । ହେଲେ, ଆମେରିକା ଦ୍ୱାରା ସିରିଆରେ ପକାଯାଇଥିବା ବମ୍ର ଖବର ପ୍ରସାରଣ କାରଣରୁ ୧୨ଟା ସମୟ ପାଖାପାଖି ସେନ୍ସେକ୍ସରେ ୧,୬୭୭ ଅଙ୍କ ହ୍ରାସ ହୋଇଥିଲା ଏବଂ ବାଜର ୪୯,୩୬୨ ଅଙ୍କକୁ ଖସି ଯାଇଥିଲା ।
ସେହିପରି ନାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ନିଫ୍ଟିରେ ୨୦୯ ଅଙ୍କର ହ୍ରାସ ଘଟି ୧୪,୮୮୮ ପଏଣ୍ଟରେ ବଜାର ଖୋଲିଥିଲା । ଦ୍ୱିପ୍ରହର ୧୨ଟା ପାଖାପାଖି ନିଫ୍ଟିରେ ୪୮୫ ଅଙ୍କ ହ୍ରାସ ହୋଇଯାଇଥିଲା ଏବଂ ନିଫ୍ଟି ୧୪,୬୧୨ ପଏଣ୍ଟ୍ରେ ପହଞ୍ଚି ଯାଇଥିଲା ।
ସେୟାର ବଜାରରେ ହଠାତ୍ ଏପରି ହ୍ରାସ ନିବେଶକଙ୍କୁ କ୍ଷତି ପହଞ୍ଚାଇଛି । ପୂର୍ବରୁ କାଲି ରାତିରେ ଆମେରିକା ଷ୍ଟକ୍ ଏକ୍ସଚେଞ୍ଜ୍ରେ ହ୍ରାସ ହୋଇଥିବାରୁ ନିବେଶକଙ୍କୁ ଏଥିରୁ ସଙ୍କେତ ମିଳିଯାଇଥିଲା ।
ତେବେ ସେୟାର ବଜାରରେ ଏହି କମିର କାରଣ, ଅନ୍ତଃରାଷ୍ଟ୍ରିୟ ସ୍ତରରେ ଖରାପ ସଙ୍କେତ ସେୟାର ବଜାରରେ ପ୍ରଭାବ ପକାଇଥିବାରୁ ଘଟିଥିବା ଅନୁମାନ କରାଯାଉଛି । ସିରିଆରେ ଆମେରିକା ପକାଇଥିବା ବମ୍ର ଖବର ପ୍ରସାରଣ ହେବାପରେ ସେୟାର ବଜାରରେ ଏହା ପୁନର୍ବାର ପ୍ରାଭାବ ପକାଇଥିଲା । ତେଣୁ ବଜାରରେ ଅହେତୁକ ହ୍ରାସ ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ନିବେଶକ ଟଙ୍କା ହରାଇଥିଲେ ।