ବିଚ୍ ରାସ୍ତାରେ ଗାଡି ଅଟକାଇ ଡାକ୍ତର ଦମ୍ପତିଙ୍କୁ ନିର୍ମମ ହତ୍ୟା : CCTVରେ କଏଦ ହେଲା ମର୍ଡର ଲାଇଭ

Published By : Prameya-News7 Bureau | May 29, 2021 IST

ରାଜସ୍ଥାନ ୨୯/୫ : ରାଜସ୍ଥାନର ଭାରତପୁରର ନଜର ଆସିଛି ଛାତି ଥରାଇଲା ଭଳି ଦୃଶ୍ୟ । ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଡାକ୍ତ ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା କରି ଫେରାର୍ ହୋଇଯାଉଛନ୍ତି । ଏହି ମର୍ଡର ଲାଇଭ ସିସିଟିଭିରେ କଏଦ ହୋଇଯାଇଥିଲା । ଯାହାକି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସୂଚନାଥାଉକି, ଶୁକ୍ରବାର ଅପରାହ୍ନରେ ଡାକ୍ତର ସୁଦୀପ ଗୁପ୍ତା ଏବଂ ପତ୍ନୀ ସୀମା ଗୁପ୍ତା ରାସ୍ତାରେ କାରରେ ଯାଉଥିବା ବେଳେ ଦୁଇଜଣ ଯୁବକ ବାଇକ ନେଇ ଆସି ଗାଡି ଆଗରେ ରଖିଦେଇଥିଲେ ।

ଏହା ଦେଖିବା ପରେ ଡାକ୍ତର ଦମ୍ପତ୍ତି ଗାଡିଟିକୁ ସ୍ଲୋ କରିଦେଇଥିଲେେ । ତେବେ ହଠାତ୍ ଜଣେ ଯୁବକ ମୁହଁରେ ଗାମୁଛା ବାନ୍ଧି ଆସି ତାଙ୍କ ଅଣ୍ଟାରୁ ବନ୍ଧୁକ କାଢି ଡାକ୍ତରଙ୍କ ଉପରକୁ ଗୁଳି ଚଳାଇଥିଲେ । ଡାକ୍ତରଙ୍କ ମୁଣ୍ଡରେ ଗୁଳିବାଜିବାରୁ ସେ ସେଠାରେ ହିଁ ଟିଳିପଡିଥିଲେ । ପରେ ତାଙ୍କ ପତ୍ନୀଙ୍କୁ ୪ ରାଉଣ୍ଡ ଗୁଳିକରି ମାରିଥିଲେ ଏହି ଯୁବକ୍ ଜଣଙ୍କ । ଭରତପୁରର ନିମଡା ଗେଟ୍ ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡର ଦୃଶ୍ୟ ଟ୍ରାଫିକ୍ କ୍ୟାମେରା କଏଦ କରିଥିଲା ।

wp:html /wp:html

୩୯ ସେକେଣ୍ଡର ଏକ ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ସୂଚନା ଯୋଗ୍ୟ ଯେ, ୨୦୧୯ ରେ ୨୫ ବର୍ଷ ବୟସ୍କା ମହିଳା ଦୀପା ଦେବୀ ଏବଂ ତାଙ୍କ ୬ ବର୍ଷର ପୁଅର ହତ୍ୟା ମାମଲାରେ ଏହି ଡାକ୍ତର ଦମ୍ପତିଙ୍କୁ ଗିରଫ କରାଯାଇଥିଲା । ପରେ ଏମାନେ ଜାମିନରେ ଆସିଥିଲେ । ଏହା ପରେ ମୃତ ମହିଳା ଡାକ୍ତରଙ୍କ ସହ ଡାକ୍ତର ସୁଦୀପଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା ବୋଲି ପୋଲିସ କହିଛି ।

ପ୍ରଥମେ ଡାକ୍ତର ସୀମାଙ୍କୁ ଡବଲ ମର୍ଡର ଘଟଣାରେ ଗିରଫ କରାଯାଇଥିଲା । ପରେ ଷଡଯନ୍ତ୍ର ସଂପର୍କରେ ପୋଲିସ ଡାକ୍ତର ସୁଦୀପଙ୍କୁ ମଧ୍ୟ ଗିରଫ କରିଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଡାକ୍ତର ଦମ୍ପତିଙ୍କ ହତ୍ୟା ସହ ୨୦୧୯ ମହିଳା ଏବଂ ତାଙ୍କ ଶିଶୁର ହତ୍ୟା ଘଟଣା ଜଡିତ ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ପୋଲିସ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି, ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.