ଲୁଗା ଦୋକାନ ଭିତରେ ପଶିଗଲା ଦ୍ରୁତଗାମୀ ବାଇକ୍, ଷ୍ଟୋର କାଉଣ୍ଟରରେ ଯାଇ ପଡିଲେ ଚାଳକ : ସିସିଟିଭିରେ କଏଦ ହେଲା ଭିଡିଓ

Published By : Prameya-News7 Bureau | November 11, 2021 IST

ତେଲେଙ୍ଗାନା ୧୧/୧୧: ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୁଏ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ହାସ୍ୟାସ୍ପଦ ହୋଇଥିବାବେଳେ ଆଉ କେତେକ ଭୟାନକ ହୋଇଥାଏ। ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ, ଯେଉଁଭଳି ଭାବରେ ଏକ ବାଇକ୍ ଦୋକାନ ଭିତରେ ପ୍ରବେଶ କରିଛି ଏବଂ ତା’ପରେ ଯାହା ଘଟିଛି ତାହା ଦେଖି ଲୋକମାନେ ସ୍ତବ୍ଧ ହୋଇଯାଇଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

wp:html /wp:html

ସୂଚନା ଅନୁଯାୟୀ, ଭାଇରାଲ ଭିଡିଓଟି ତେଲେଙ୍ଗାନାରୁ ଆସିଛି। ଖମମ ଜିଲ୍ଲାର ରବିଚେଟୁ ବଜାରର ଏକ ଦୋକାନ ଭିତରେ ଦ୍ରୁତ ଗତିରେ ଏକ ବାଇକ୍ ହଠାତ୍ ପଶିଯାଇଛି। ଭିଡିଓରେ ଦେଖାଯାଇଛି ଯେ ଏକ ପୋଷାକ ଦୋକାନ ଭିତରେ କିଛି ଲୋକ ବସିଛନ୍ତି। ହଠାତ୍ ଏକ ବାଇକ୍ ଦ୍ରୁତ ଗତିରେ ଭିତରକୁ ପଶି ଆସିଛି ଏବଂ ଧକ୍କା ହେବା ପରେ ବାଇକ୍ ଚାଳକ ଛିଟିକି ତଳେ ପଡିଯାଇଛି। ଦୋକାନ ଭିତରେ ଉପସ୍ଥିତ ଲୋକମାନେ ଘଟଣା ଦେଖି ଭୟଭୀତ ହୋଇଯାଇଛନ୍ତି।

ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। କିନ୍ତୁ, ଏହି ଭିଡିଓ ଏବଂ ଦୁର୍ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ସମଗ୍ର ଘଟଣା ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ୟୁଜର୍ସ ସେୟାର କରୁଛନ୍ତି। ଲକ୍ଷ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଏହି ଭିଡିଓ ଦେଖିସାରିଛନ୍ତି। କେବଳ ଏତିକି ନୁହେଁ, ୟୁଜର୍ସ ଏହି ଭିଡିଓ ଉପରେ କଡ଼ା ମନ୍ତବ୍ୟ ମଧ୍ୟ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.