ହସ୍ପିଟାଲ ବେଡ୍‌ରେ ଶୋଇଛି କୁକୁର : ଭିଡିଓ ଭାଇରାଲ ପରେ ଯୋଗୀ ସରକାର କହିଲେ, ହେବ ତଦନ୍ତ

Published By : Prameya-News7 Bureau | January 16, 2021 IST

ମୋରାଦାବାଦ ୧୬/୦୧ : ଉତ୍ତର ପ୍ରଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ ତାହା ପ୍ରାୟ ସମସ୍ତଙ୍କୁ ଜଣା । ରାଜ୍ୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବେପରୁଆ ସ୍ବାସ୍ଥ୍ୟ ସେବା ଯୋଗୁଁ ରୋଗୀ ସୁସ୍ଥ ହେବା ବଦଳରେ ଅଧିକ ଅସୁବିଧାରେ ପଡୁଛନ୍ତି । ସେଭଳି ଏକ ଭିଡିଓ ଉତ୍ତର ପ୍ରଦେଶର ମୋରାଦାବାଦ ହସ୍ବିଟାଲରୁ ଭାଇରାଲ ହେବାରେ ଲାଗିଛି ।

ହସ୍ବିଟାଲରେ ରୋଗୀମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ବେଡ୍‌ ଉପରେ ବୁଲା କୁକୁର ଶୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହି ଘଟଣା ମୋରାଦାବାଦର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଗତ ବୁଧବାର ଦିନ ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓରେ ଏକ ବୁଲା କୁକୁର, ରୋଗୀଙ୍କ ପାଇଁ ଉର୍ଦ୍ଦିଷ୍ଟ ବେଡ୍‌ରେ ଶୋଇଥିବା ନଜର ଆସିଛି । ତେବେ ଏଠି ପ୍ରଶ୍ନ ଉଠୁଛି ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଏହା ଉପରେ ନଜର ପଡିଲାନି କିପରି ? ନା ହସ୍ପିଟାଲ କର୍ତ୍ତୃପକ୍ଷ ସବୁ ଜାଣି ସୁଦ୍ଧା ଚୁପ୍‌ ରହିଥିଲେ ?

wp:embed {"url":"https://twitter.com/KanwardeepsTOI/status/1349042528327135232","type":"rich","providerNameSlug":"twitter","responsive":true,"className":""}
https://twitter.com/KanwardeepsTOI/status/1349042528327135232
/wp:embed

ଏହାକୁ ନେଇ କିଛି ବ୍ୟକ୍ତି କହିଛନ୍ତି ବୁଲା କୁକୁରାମାନେ ଡାକ୍ତରଖାନା ବେଡ୍‌ରେ ଶୋଇବା ନିତିଦିନିଆ ଘଟଣା । ଏହି ଘଟଣା ନୂଆ ନୁହେଁ ବରଂ ପ୍ରତିଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ନିଘୋଡ ନିଦ୍ରାରେ । ହସ୍ପିଟାଲ ପରିସରରେ ସ୍ବଚ୍ଛତା ଏବଂ ପରିସ୍କାର ପରିଚ୍ଛନ୍ନତାକୁ ଆଦୌ ଦୃଷ୍ଟି ଦିଆଯାଉନଥିବାରୁ ଏଭଳି ଘଟଣା ପ୍ରାୟ ନିତିଦିନ ଘଟୁଛି ।

ତେବେ ଏହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଘଟଣା ଯେତେବେଳେ ଘଟିଥିଲା ସେତେବେଳ ଓ୍ବାଡ୍‌ରେ କୌଣସି ରୋଗୀ ନଥିଲେ । ଘଟଣାର ତଦନ୍ତ ନିର୍ଦେଶ ଦେବା ସହ ଯେଉଁମାନଙ୍କ ଅବହେଳା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଛି ସୋବନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋରାଦାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଏମସି ଗର୍ଗ କହିଛନ୍ତି । ​

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.