ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଗଲେ ଚାଳକ

Published By : Prameya-News7 Bureau | November 07, 2020 IST

ଭଟଲି୭/୧୧: ଚଳନ୍ତା କାରରେ ଲାଗିଲା ନିଆଁ। ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଗାଡି ନମ୍ବର ଓଆର ୧୭ ଏ ୨୯୩୦ରେ ଅଚାନକ ନିଆଁ ଲାଗି ଯାଇଥିଲା।

{"id":357905,"sizeSlug":"large"}

ସଟ ସର୍କିଟ ଯୋଗୁଁ କାରରେ ଜଳି ଯାଇଥିବା ସନ୍ଦେହ କରାଯାଉଛି। ଭଟଲି ଛକରୁ ଟାଉନ୍ ଅଭିମୁଖେ ଯାଉଥିବା କାରରେ ହଠାତ ନିଆଁ ଲାଗି ଜଳି ଉଠିଥିଲା।

{"id":357906,"sizeSlug":"large"}

ନିଆଁ ଲାଗିବା​‌ ବେଳେ ଡ୍ରାଇଭର କାରରୁ ବାହାରି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.