Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ

5/08/2021 at 9:50 AM

ବୌଦ୍ଧ ୫।୮: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ କଲା ପୁରୁଣାକଟକ ପୋଲିସ ।  ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ରହିଥିବା ଜଣାପଡିଛି । ଏହି ଘଟଣାରେ ବ୍ୟବହୃତ ହୋଇଥିବା ଗୋଟିଏ ସ୍କର୍ପିଓ ସହ ଜଣଙ୍କୁ ଗିରଫ କରିଛି ପୋଲିସ ।  ଅଭିଯୁକ୍ତ ହେଲେ ନୂଆପଡା ଜିଲ୍ଲା ଗରଡ଼ପାଲି ଗ୍ରାମର ସତାମ୍ବର ବାଘ ।

ପୋଲିସର ସୂଚନା ଅନୁସାରେ, ଗୁରୁବାର ଭୁବନେଶ୍ବରରୁ ବଲାଙ୍ଗୀରକୁ ଏକ ସ୍କର୍ପିଓ ଯୋଗେ କଫ୍ ସିରପ୍ ଚୋରା ଚାଲାଣ ହେଉଥିବା ନେଇ ପୁରୁଣାକଟକ ପୋଲିସ ଖବର ପାଇଥିଲା । ତେବେ ପୋଲିସ ପକ୍ଷରୁ ଚାରିଛକଠାରେ ସମ୍ପୃକ୍ତ ଗାଡିର ଖାନ ତଲାସୀ କରାଯାଇଥିଲା ।  ଗାଡିରୁ ଏସ୍ କଫ୍ କମ୍ପାନୀର ୧୬ ପେଟି କଫ୍ ସିରପ୍ ଜବତ କରାଯାଇଥିଲା । ତେବେ ଏଥିରେ ଅନ୍ୟକାହାର ସମ୍ପୃକ୍ତି ନେଇ ଅଧିକା ଅନୁସନ୍ଧାନ ଜାରି ରଖିଛି ପୋଲିସ ।

   Related Posts